“ଯେଉଁ ବ୍ୟକ୍ତି ସକାଳର ସୁର୍ଯ୍ୟୋଦୟ ଦେଖେ ନାହିଁ ତା ଜୀବନରେ କେବେ ସୁର୍ଯ୍ୟୋଦୟ ହୁଏ ନାହିଁ” : ଅରୁଣ

0 3

ଯୋଗକେନ୍ଦ୍ର ଓ ଖୋଲା ବ୍ୟାୟାମଶାଳା ଉଦଘାଟିତ

ନୟାଗଡ଼, ୧୬/୪: ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ନିର୍ମିତ ଯୋଗ କେନ୍ଦ୍ର ଓ ଖୋଲା ବ୍ୟାୟାମଶାଳା ଆଜି ଉଦଘାଟିତ ହୋଇଛି ।ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସାଗର ପୁଷ୍କରିଣୀ କୂଳରେ ନିର୍ମିତ ଉକ୍ତ ଯୋଗକେନ୍ଦ୍ର ଓ ବ୍ୟାୟାମଶାଳାକୁ ଉଦଘାଟନ କରିଛନ୍ତି। ଆଜି ସକାଳ ୮ ଘଟିକା ସମୟରେ ଲୋକାର୍ପିତ ହୋଇଛି ଏହି ଦୁଇଗୋଟି ପ୍ରକଳ୍ପ । ଏହି ଅବସରରେ ଏକ ଯୋଗ ଶିକ୍ଷା ତାଲିମ ଶିବିର-ଅନୁଷ୍ଠିତ ହୋଇଥୁଲା । ବହୁ ବରିଷ୍ଠ ନାଗରିକ, ଶିକ୍ଷାବିତ, ଆଇନଜୀବୀ, ସମାଜସେବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଯୋଗ ଶିକ୍ଷା କରିଥିଲେ । ୨୪ ଲକ୍ଷ ଟଙ୍କା ବ୍ୟୟରେ ଯୋଗ କେନ୍ଦ୍ର ନିର୍ମାଣ କରା ଯାଇଥିବା ବେଳେ ୧୪ ଲକ୍ଷ ଟଙ୍କା ବ୍ୟୟରେ ବ୍ୟାୟାମଶାଳା ନିର୍ମାଣ କରାଯାଇଛି । ଏହି ଦୁଇଗୋଟି ପ୍ରକଳ୍ପ ଦ୍ବାରା ନୟାଗଡ଼ ପୁରୁଣା ସହରର ଅଧିବାସୀ ମାନେ ଅଧିକ ଉପକୃତ ହେବେ ବୋଲି ଜଣାପଡିଛି । ଡ. ସାହୁ ତାଙ୍କ ବକ୍ତବ୍ୟରେ ଯେଉଁ ବ୍ୟକ୍ତି ସକାଳର ସୁର୍ଯ୍ୟୋଦୟ ଦେଖେ ନାହିଁ ତା ଜୀବନରେ କେବେ ସୁର୍ଯ୍ୟୋଦୟ ହୁଏ ନାହିଁ ବୋଲି ବକ୍ତବ୍ୟ ରଖୁଥିଲେ। ଏଥ୍ ସହିତ ଯିଏ ନିଜର ସ୍ବାସ୍ଥ୍ୟ ପାଇଁ ସମୟ ଦିଏ ନାହିଁ ସମୟ ତାପାଇଁ ସମୟ ଦିଏ ନାହିଁ ବୋଲି ବକ୍ତବ୍ୟ ରଖିଥିଲେ । ଏହାର ସଦ୍‌ବିନିଯୋଗ କରି ଶରୀରକୁ ସୁସ୍ଥ ରଖିବା ପାଇଁ ଡ.ସାହୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ପୌରାଞ୍ଚଳ କାର୍ଯ୍ୟନିର୍ବାହି ଅଧିକାରୀ ସ୍ବାତି ମିଶ୍ର ଓ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.