ରଘୁନାଥପୁର: ଓଡ଼ିଆ ନବବର୍ଷ ଉପଲକ୍ଷେ ରଘୁନାଥପୁର ବ୍ଲକ ଗୋରେଖନାଥ ପୀଠ ର ଷ୍ଟାର ମଣ୍ଡପ ଠାରେ ବିଶ୍ଵ ଓଡ଼ିଆ ମହାସଂଘ ଆନୁକୁଲ୍ୟରେ ଏକ ଦାତବ୍ୟ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ବିଶ୍ଵ ଓଡ଼ିଆ ମହାସଂଘ ର ସଭାପତି ତଥା ଓଡ଼ିଶା ମୋ ପରିବାର ଉପଦେଷ୍ଟା (ପ୍ରବାସୀ ଓଡ଼ିଆ) ଡ଼ଃ ସୁରେନ୍ଦ୍ରନାଥ ମହାପାତ୍ର ଙ୍କ ପ୍ରତେକ୍ଷ ତତ୍ବାବଧାନରେ ଭୁବନେଶ୍ୱର ସେଣ୍ଟର ଫର ସାଇଟ୍ ଚକ୍ଷୁ ଚିକିତ୍ସାଳୟ ସମୂହ ଙ୍କ ଦ୍ଵାରା ଆଜି ୩୦୧ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏଥିରେ ୯୯ ଜଣଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା ଓ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ୧୮ ଜଣ ଚିହ୍ନଟ ହେଇଥିବା ମୋତିଆବିନ୍ଦୁ ରୋଗୀ ଙ୍କୁ ଆସନ୍ତା କାଲି ଭୁବନେଶ୍ୱର ସେଣ୍ଟର ଫର ସାଇଟ୍ ଚକ୍ଷୁ ଚିକିତ୍ସାଳୟରେ ୧୮ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯିବ ଆଜିର ଏହି କାର୍ଯ୍ୟକ୍ରମ ରେ ମାଗଣା ଚକ୍ଷୁ ରୋଗ ନିରୂପଣ ସହ ମାଗଣା ଚଷମା ବଣ୍ଟନ ବିନା ମୂଲ୍ୟରେ ରକ୍ତ ପରୀକ୍ଷା, ରକ୍ତ ଚାପ ନିୟନ୍ତ୍ରଣ ଆଦି କାର୍ଯକ୍ରମମାନ କରାଯାଇଥିଲା ଆଜିର ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ମୋ ପରିବାର ର ସଦସ୍ୟା ତଥା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଡେଜାଲିନ ମହାପାତ୍ର , ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ ବିଶ୍ଵ ଓଡ଼ିଆ ମହାସଂଘ ର ଉପଦେଷ୍ଟା ଶୁଭଶ୍ରୀ ସୁବୁଦ୍ଧି ମହାସଂଘ ର ରାଜ୍ୟ ସମ୍ପାଦକ ରୁଦ୍ରନାରାୟଣ ଦାଶ ପୂର୍ବତନ ସରପଞ୍ଚ ବିଜୟ ସ୍ଵାଇଁ, ଜଗତସିଂହପୁର ଜିଲ୍ଲା ଯୁବ ବିଜେଡି ସମ୍ପାଦକ ମାନସ ରଞ୍ଜନ ଦାସ, ଜିଲ୍ଲା ବିଜୁଜନତା ସମ୍ପାଦକ ତାରାକାନ୍ତ ଜେନା, ଛପଡା ପଞ୍ଚାୟତ ର ପୂର୍ବତନ ସମିତିସଭ୍ୟା କାଦମ୍ବିନୀ ସ୍ବାଇଁ, ଯୁବନେତା ଦିଲିପ ସ୍ବାଇଁ ଆଦି ଯୋଗଦେଇଥିଲେ, କାର୍ଯକ୍ରମ ପରିଚାଳନା ରେ ପ୍ରକାଶ ବିଶ୍ଵାଳ, ସଂଗ୍ରାମ ମଲ୍ଲ ଶୁଶାନ୍ତ ବିଶ୍ଵାଳ, ସୁଜିତ ମହାପାତ୍ର,ପ୍ରଭୁତି ସହଯୋଗ କରିଥିଲେ ସେଣ୍ଟର ଫର ସାଇଟ୍ ଚକ୍ଷୁ ଚିକିତ୍ସାଳୟ ର ସ୍ବେତାଶ୍ରୀ ପାଣିଗ୍ରାହୀ, ସୁରଜ୍ ସିଂ, ସୁଧାଂଶୁ ମହାପାତ୍ର, ଜୟ ପରିଡ଼ା, ପ୍ରକାଶ ପଟ୍ଟନାୟକ ପ୍ରଭୁତି ଯୋଗଦେଇ ରୋଗୀମାନଙ୍କ ଆଖି ପରୀକ୍ଷା, ରକ୍ତ ପରୀକ୍ଷା, ଔଷଧ ବଣ୍ଟନ ପ୍ରଭୃତି କାର୍ଯକ୍ରମ କୁ ପରିଚାଳନା କରିଥିଲେ
Sign in
Sign in
Recover your password.
A password will be e-mailed to you.