ଏ ରାଜନୀତି ବଡ଼ ବିଚିତ୍ର :  କି ନସୁଣିଲା କର୍ଣ୍ଣ, କି ନଦେଖିଲା ନେତ୍ର

0

ଦାମଙ୍କୁ  ବହିଷ୍କାର କରିଥିବା ଯୋଗୁ ନବୀନଙ୍କୁ ଅଭିନନ୍ଦନ ଜଣାଇଲେ ରାଜଶ୍ରୀ 

ଭୁବନେଶ୍ୱର: ସତରେ ଏ ରାଜନୀତି କେତେ ବିଚିତ୍ର | କାଲି ଯେଉଁ ରାଜଶ୍ରୀ ଦାମଙ୍କ ପାଇଁ ଦାନ୍ତ ଲଗେଇ କଳି  କରୁଥିଲେ ବିଷ୍ଣୁଙ୍କ ସହିତ, ଆଜି ସେ ଦାମଙ୍କୁ ବହିଷ୍କାର କରିବାର ଦିନ କେଇଟା ଯାଇନି…ସିଧା ଆସି ଦଳର ମୁଖିଆଙ୍କୁ ଭେଟେ  ଭେଟି  ଅଭିନନ୍ଦନ ଜଣାଇଛନ୍ତି !!  ଆଉ ତାଙ୍କର ବିଳମ୍ବରେ ହେଲେବି ଅପାତତଃ ଜ୍ଞାନୋଦୟ ହୋଇଛି, ଦାମ ଯାହା କରୁଥିଲେ ତାହା ଦଳ ବିରୋଧୀ ଓ ଦାମଙ୍କ କାର୍ଯ୍ୟ ଦଳକୁ ନିନ୍ଦିତ କରିଥିଲା |  ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିଭିନ୍ନ ଅସୌଜନ୍ୟମୂଳକ ମନ୍ତବ୍ୟ ଏବଂ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଜଗତସିଂହପୁର ଜିଲ୍ଲା ତଥା ରାଜ୍ୟରେ ଏକ ପ୍ରକାର ଜନଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା । ଏହାଦ୍ୱାରା ବିଜୁ ଜନତା ଦଳ ସରକାର ଜନସାଧାରଣରେ ନିନ୍ଦିତ ହେବା ସହିତ ବହୁ ପ୍ରକାର ଅସୁବିଧାରେ ପକାବାକୁ ଅପଚେଷ୍ଟା ହୋଇଥିଲା । ଏଭଳି ପରିସ୍ଥିତିରେ ଆଉ ସେଇଥିପାଇଁ   କିଛିଦିନ ପୂର୍ବେ ଦଳର ସଭାପତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଡା. ରାଉତଙ୍କୁ ଦଳରୁ ବହିଷ୍କାର କରିଥିଲେ । ମାନ୍ୟବର ସଭାପତିଙ୍କ ଏତାଦୃଶ ନିଷ୍ପତ୍ତିକୁ ସ୍ୱାଗତ କରି ଆଜି ବିଧାୟିକା  ରାଜଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ସମସ୍ତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ଦଳୀୟ ନେତୃମଣ୍ଡଳୀଙ୍କ ସମେତ ୨୦୦୦ରୁ ଉର୍ଧ୍ଵ କର୍ମୀ ନବୀନ ନିବାସ ଯାଇ ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଥିଲେ ।

 

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ପ୍ରୀୟଦର୍ଶୀନି ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର ରାୟ, ଲିପାଲି ରାଉଳ, ଡେଜାଲିନ୍‍ ମହାପାତ୍ର, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଉପାଧ୍ୟକ୍ଷ ଆଶିଷ ସେଠୀ, ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ, ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ସମସ୍ତ ସମିତି ସଭ୍ୟସଭ୍ୟା, ବିରିଡି ବ୍ଳକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଧାନ ଜେନା, ବିରିଡି ବ୍ଳକ ମହିଳା ବିଜେଡି ସଭାନେତ୍ରୀ ମହାଶ୍ୱେତା ଜେନା, ତିର୍ତ୍ତୋଲ ବ୍ଲକ ସଭାନେତ୍ରୀ ନିବେଦିତା ମହାନ୍ତି, ୩ଟି ବ୍ଲକର ଯୁବ-ଛାତ୍ର ବିଜେଡି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.