ବଜ୍ରପାତରେ ଶତାଧିକ ଗାଈଗୋରୁ ମୃତ

0

ରାୟଗଡରୁ ସରୋଜ କୁମାର ସାହୁ,  : ରାୟଗଡ ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ଗ୍ରାମ ନିକଟରେ ଥିବା ନିୟମଗିରୀ ପାହାଡର ପାଦ ଦେଶରେ ବଜ୍ରପାତ ଘଟି ଶତାଧିକ ଗାଈଗୋରୁଙ୍କର ମୃତ୍ୟୁ ଘଟିଛି।ଉକ୍ତ ଘଟଣାଟି ଗତକାଲି ଘଟିଥିବା ବେଳେ ଆଜି ଘଟଣାଟି ପଦାକୁ ଆସିଛି।ପ୍ରକାଶ ଯେ, ଡାକୁଲୁଗୁଡା, ଝିଗିଡ଼ୀ, ଶିରିପୁର ଆଦି ଗ୍ରାମର ପ୍ରାୟ ୪୦୦ ଗାଈଗୋରୁ ଉକ୍ତ ପାହାଡ଼ ନିକଟରେ ରଖାଯାଇଥିଲା। ଗତକାଲି ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହୋଇଥିଲା ଏଥି ଯୋଗୁଁ ଗାଈଗୋରୁ ରଖିବା ଜାଗାରେ ବଜ୍ରପାତ ହୋଇଥିଲା । ଯେତେବେଳେ ଗ୍ରାମବାସୀ ଉକ୍ତ ସ୍ଥାନକୁ ଯାଇ ଥିବାବେଳେ ଶତାଧିକ ଗାଈଗୋରୁ ମରି ପଡିଥିବା ଓ କିଛି ଗାଈଗୋରୁ ପୋଡି ଯାଇଥିବା ଦେଖିବାକୁ ପାଇଥିଲେ । ଏପରିକି ୫୦ରୁ ଉର୍ଧ୍ଵ ଗାଈଗୋରୁ ନିଖୋଜ ଥିବା ଜଣା ପଡ଼ିଥିଲା। ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି କ୍ଷତି ପୂରଣ ଦେବା ପାଇଁ ଉକ୍ତ ଗ୍ରାମବାସୀ ନିବେଦନ କରିଛନ୍ତି |

Leave A Reply

Your email address will not be published.