ପାଣ୍ଡିଆନଙ୍କ ପୁରୀ ଗସ୍ତ

0 2

ଶ୍ରୀ ସେତୁ ଓ ବାଶେଳୀ ସାହି ଧର୍ମଶାଳା ଓ ସମଙ୍ଗ ପାର୍କିଙ୍ଗ କାମର ଅଗ୍ରଗତି ସମୀକ୍ଷା

ପୁରୀ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ପୁରୀ ଯାଇ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ର ଅଗ୍ରଗତି ସମୀକ୍ଷା କରିଛନ୍ତି।
ପ୍ରଥମେ ଶ୍ରୀ ପାଣ୍ଡିଆନ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ। କାର୍ଯ୍ୟ ର ଅଗ୍ରଗତି ରେ ସେ ସନ୍ତୋଷ ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ.
ପରେ ସେ ବାଶେଳୀ ସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ହେଉଥିବା ଧର୍ମଶାଳା କାମ ବୁଲି ଦେଖିଥିଲେ। ଏହି ଧର୍ମଶାଳା ରେ ଚାରିହଜାର ଲୋକ ରହିବାର ବ୍ୟବସ୍ଥା ଏ କରାଯାଉଛି।
ଏହାସହ ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ ହେଉଥିବା କାର ଓ ବସ ପାର୍କିଙ୍ଗ କାର୍ଯ୍ୟ ମଧ୍ୟ ଶ୍ରୀ ପାଣ୍ଡିଆନ ବୁଲି ଦେଖିଥିଲେ। ଏ ସମସ୍ତ କାର୍ଯ୍ୟ ନିର୍ଧାରିତ ସମୟ ରେ ରଥୟାତ୍ରା ପୂର୍ବରୁ ଶେଷ କରିବା ପାଇଁ ଶ୍ରୀ ପାଣ୍ଡିଆନ ପ୍ରଶାସନ କୁ ପରାମର୍ଶ ଦେଉଥିଲେ।
ସୂଚନାଯୋଗ୍ୟ ଯେ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଶ୍ରୀ ପାଣ୍ଡିଆନ ଗତ ଶନିବାର କାର୍ଯ୍ୟ ର ଅଗ୍ରଗତି ସମୀକ୍ଷା କରିଥିଲେ।

Leave A Reply

Your email address will not be published.