ରାଉରକେଲା ରେ ବାବା ଭୀମରାଓ ଅମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ

0 2

ରାଉରକେଲା:(ବସନ୍ତ କୁମାର ଜେନା): ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ ଅମ୍ବେଦକର ସ୍ମୃତି କମିଟି ର ମିଳିତ ଆନୁକୂଲ୍ୟରେ ରେ ଡା ଭୀମରାଓ ଅମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ଆଜି ରାଉରକେଲା ରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଉଦିତ ନଗର ସ୍ଥିତ ଅମ୍ବେଦକର ଙ୍କପ୍ରତିମୂର୍ତ୍ତିରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ଯକ୍ଷ ଶ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ଯ ଅତିଥି ଏବଂ ପାନପୋଷ ଉପଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ। ମାଲ୍ୟାର୍ପଣ ପରେ ଆୟୋଜିତ ସଭାରେ ଶ୍ରୀ ନାୟକ ସମ୍ବିଧାନ ର ପ୍ରଣେତା ବାବା ଭୀମରାଓ ଅମ୍ବେଦକରଙ୍କ ଦେଶ ନିର୍ମାଣ ରେ କରିଥିବା ଅବଦାନକୁ ମନେ ପକାଇ ଥିଲେ। ସମ୍ବିଧାନ ହିଁ ଜାତି ଧର୍ମ ଭିନ୍ନ ଥାଇ ମଧ୍ଯ ନିର୍ବିଶେଷରେ ସମଗ୍ର ଦେଶର ଜନସାଧାରଣଙ୍କୁ ଏକ ସୂତ୍ର ରେ ବାନ୍ଧି ପାରିଛି ବୋଲି କହିଥିଲେ। ଉପଜିଲ୍ଲାପାଳ ଶ୍ରୀ ମାଝୀ ମଧ୍ଯ ବାବା ସାହେବଙ୍କ ଜୀବନୀ ଉପରେ ଆଲୋକପାତ କରି ଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ମଧ୍ୟ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ଡା ଅମ୍ବେଦକର ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ବତ୍କୃତା ପ୍ରତିଯୋଗିତା ର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅମ୍ବେଦକର ସ୍ମୃତି କମିଟିର ସଂପାଦକ ହଳଧର ମହାନନ୍ଦ, ମହେନ୍ଦ୍ର କଲେତପରିକ୍ଷିତ ସାଗର ପ୍ରକାଶ ସାଗର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ହିଂମାଶୁ ସାହୁ ସଭା ସଂଚାଳନ କରିଥିଲେ।

Leave A Reply

Your email address will not be published.