ବିଦ୍ୟୁତ ସଂସ୍ପର୍ଶରେ ହାତୀର ମୃତ୍ୟୁ ଘଟଣାରେ ବୃଦ୍ଧ ଗିରଫ : ତାର ବାଡରେ ସଂଯୋଗ କରିଥିଲା ବିଦ୍ୟୁତ୍

0 2

ସୁନ୍ଦରଗଡ଼ /ରାଉରକେଲା (ବସନ୍ତ କୁମାର ଜେନା):- ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡ ଅନ୍ତର୍ଗତ ଜର୍ଡା ରେଞ୍ଜର ଲଛଡା ନିକଟବର୍ତ୍ତୀ ଉଲୁସୁରା ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ଆଘାତରେ ଏକ ଗର୍ଭବତୀ ମାଈ ହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ଆଜି ଲଛଡା କେଣ୍ଡ୍ରା ଗାଁର ଜଣେ ବୃଦ୍ଧଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ବୃଦ୍ଧ ହେଉଛନ୍ତି ରାଇମୋହନ୍ ବିଲୁ୍ଙ୍ଗ(୬୦) । ସେ ତାଙ୍କ ବାଡିରେ ପନିପରିବା ଲଗାଇବା ସହ ଏହାକୁ ବଣୁଆ ହାତୀଙ୍କ କବଳରୁ ରକ୍ଷା କରିବା ପାଇଁ ଲୁହା ତାର ବାଡ ଦେଇ ସେଥିରେ ବିଦ୍ୟୁତ ସଂଯୋଗ କରି ଦେଇଥିଲା । ଏତଦବ୍ୟତୀତ ରାଇମୋହନଙ୍କ ପୁଅ ମଧ୍ୟ ୩ ବର୍ଷ ପୂର୍ବେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବାରୁ ଏଥିରେ ପ୍ରତିଶୋଧପରାୟଣ ହୋଇ ରାଇମୋହନ ହାତୀଙ୍କୁ ସବକ୍ ଶିଖାଇବା ପାଇଁ ଏପରି ତାର ବାଡରେ ବିଦ୍ୟୁତ ସଂଯୋଗ କରିଥିଲା ବୋଲି ରେଂଜର ପ୍ରସନ୍ନ ସେଠୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟଯେ ଗତ ୧୧ ତାରିଖ
ବଣାଇଁ ବନଖଣ୍ଡ ଜର୍ଡା ରେଞ୍ଜ କୁଣ୍ଢେଇଡିହା ସେକ୍ସନ୍ ଅନ୍ତର୍ଗତ ଲଛଡା ଗାଁ ରେ ଏହି ମାଇ ହାତୀଟି ଫସଲ ଖାଇବାକୁ ଆସିଥିବା ବେଳେ ବିଦ୍ୟୁତ ଚାର୍ଜ ହୋଇଥିବା ତାର ବାଡ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା । ମୃତ ହାତୀଟି ୪ ମାସର ଗର୍ଭବତୀ ଥିଲା ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.