ବରଗଡ:-ବରଗଡ ସହରର ରେନବୋ ପବ୍ଲିକ ସ୍କୁଲ ପରିସରରେ ବରଗଡ ଜିଲ୍ଲାସ୍ତରୀୟ ଡାକ୍ତର.ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ସକାଳ ୮ ଘଟିକା ସମୟରେ ବରଗଡ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ କୋର୍ଟ ପରିସରରେ ଥିବା ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଆମ୍ୱେଦର କ୍ଳବ୍ ର ସଦସ୍ୟ ଶ୍ରୀ ଚୈତନ୍ୟ ପାଇକ,ବରଗଡ ଜିଲ୍ଲା ଓକିଲ ସଂଘର ସଭାପତି ଓ ଅନ୍ୟାନ୍ୟ ବୁଦ୍ଧିଜୀବି ବାବା ସାହେବଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ସକାଳ ୯ ଘଟିକା ସମୟରେ ରେନବୋ ପବ୍ଲିକ ସ୍କୁଲ ପରିସରରେ ସାଧାରଣ ସଭା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବକ୍ତୃତା ପ୍ରତିଯୋଗିତାରେ ଗାୟତ୍ରୀ ମଲ୍ଲିକ ରେନବୋ ପବ୍ଲିକ ସ୍କୁଲ ପ୍ରଥମ,ଅନିତା ଅଗ୍ରୱାଲ ସଂସ୍କାର ଇଣ୍ଟରନେସନାଲ ଦ୍ୱିତୀୟ,ଅନ୍ୱେଷା ସୁନା କେନ୍ଦ୍ରିୟ ବିଦ୍ୟାଳୟ ଏବଂ ଅନୁସ୍କା ସ୍ମୃତି ସାଙ୍ଗା ବିକାଶ ଆବାସିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।ଅଧ୍ୟାପକ ଅଶୋକ ମେହେର,ସୈାଭାଗ୍ୟ ପ୍ରଧାନ ଓ ଡୋଲାମଣି ଶତପଥୀ ବିଚାରକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ଏପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ସମସ୍ତ କାର୍ଯ୍ୟକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ,ବରଗଡ ତରଫରୁ ପରିଚାଳନା କରାଯାଇଥିବାବେଳେ ରେନବୋ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ମେହେର ଓ ତାଙ୍କ ସହକର୍ମୀ ବୃନ୍ଦ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.