ବୁଦ୍ଧବିହାରରେ ନୂଅାଁଖାଇ ଭେଟ୍ ଘାଟ୍

0

 ବରଗଡ ଜିଲ୍ଲା ଗନିଅାଁପାଲି  ବୁଦ୍ଧ ବିହାର ପରିସର ଜ୍ଞାନ ମଣ୍ଡପ ଠାରେ ଗତ ୧୫ ସେପ୍ଟେମ୍ବର ଶନିବାର ଦିନ ନୂଅାଁଖାଇ ଭେଟ୍ ଘାଟ୍ ଅନୁଷ୍ଠିତ  ହୋଇଛି । ଗାଁ ର ଗୈାନ୍ତିଆ ପ୍ରବୀର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ସ୍ଥାନୀୟ ସରପଂଚ ତୁଳସୀ ରାମ ସେଠ, ମୂଖ୍ୟ ବକ୍ତା ବୁଦ୍ଧଦେବ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପିତବାସ ସାହୁ, ସମ୍ମାନୀତ ଅତିଥି  ପୂର୍ବତନ ସରପଂଚ କୈଲାଶ ଚନ୍ଦ୍ର ବିଶ୍ୱାଲ, ଶାନ୍ତନୁ ପ୍ରଧାନ, ଗ୍ରାମର ଭଦ୍ର ବ୍ୟକ୍ତି ଅମର ବିଶ୍ୱାଲ, ଶିକ୍ଷକ ଗଣେଶ ପଧାନ ପ୍ରମୁଖ ମଂଚାସିନ ଥିଲେ । ନୂଅାଁଖାଇର ମହାନ୍ ସଂସ୍କୃତି , ପରମ୍ପରା ଓ ମହତ୍ୱ ଉପରେ ଆଳୋକପାତ କରିଥିଲେ । ଏହି ଅବସରରେ ଢୋଳ ମୁହୁରୀ କଳାପରିଷଦ- ବଲାଙ୍ଗିର ଓ ସାସ୍କୃତିକ କଳାପରିଷଦ ଶରଧାପାଲି କଳା ପରିବେଷଣ କରିଥିବା ବେଳେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବୁଦ୍ଧ ବିହାର ବିକାଶ ପରିଷଦର ସଂପାଦକ ଶିବ ଶଙ୍କର ବିଶ୍ୱାଲ ଅତିଥି ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ । ସଭାପତି ରୋହିତ ଭୋଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉସôବକୁ କବି କୃଷ୍ଣଚନ୍ଦ୍ର ଭୋଇ ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୁଦ୍ଧ ବିହାର ବିକାଶ ପରିଷଦର ସମସ୍ତ ସଭ୍ୟ ଓ ସମସ୍ତ ଗ୍ରାମବାସୀ  ସହଯୋଗ କରିଥିଲେ ।  

Leave A Reply

Your email address will not be published.