ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଝାରସୁଗୁଡା ଉପନିର୍ବାଚନ ପାଇଁ ପୂର୍ବରୁ ତିନିଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ବେଳେ ଆଜି ଦଳ ପକ୍ଷରୁ ବ୍ଲକ/ମୁନିସିପାଲିଟି ୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ବୋଲି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି |
କିରିମିରା ବ୍ଲକ ପାଇଁ ବରିଷ୍ଠ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ବେଳେ କୋଲାବିରା ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସରୋଜ ମେହେରଙ୍କୁ ଦାୟିତ୍ୱ ମିଳିଛି |ଝାରସୁଗୁଡା ବ୍ଲକ ପାଇଁ ମୁନିସିପାଲିଟି ପାଇଁ ବିଧାୟକ ପଦ୍ମନାଭ ବେହେରା ଓ ଡ଼ ଅରୁଣ କୁମାର ସାହୁଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବେଲେ ଲାଇକେରା ପାଇଁ ମନ୍ତ୍ରୀ ପ୍ରତାପ ଦେବ ଓ ବିଧାୟକ ଦିବ୍ୟଶଙ୍କର ମିଶ୍ର ଦାୟିତ୍ୱ ପାଇଛନ୍ତି | ସେହିପରି ଝାରସୁଗୁଡା ମୁନିସିପାଲିଟି ପାଇଁ ବରିଷ୍ଠ ନେତା ବିଧାୟକ ପ୍ରତାପ ଜେନା , ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ମନ୍ତ୍ରୀ ରିତା ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଦଳର ସଂଗଠନ ସମ୍ପାଦକ ଶ୍ରୀ ଦାସ ସୂଚନା ଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post