ଆମ୍ବେଦକର ଯୁବକ ସଙ୍ଘ ପକ୍ଷରୁ ଫଟାମୁଣ୍ଡାରେ ନୁଆଁଖାଇ ଭେଟଘାଟ 

0

ପଦ୍ମପୁର(ନୀଳ ଦୀପ) ପଦ୍ମପୁର ଉପକଣ୍ଠସ୍ଥ ଫଟାମୁଣ୍ଡା ଗ୍ରାମରେ ଆମ୍ବେଦକର ଯୁବକ ସଙ୍ଘ ଆନୁକୂଲ୍ୟରେ ଷଷ୍ଠ ପଞ୍ଚାୟତ ସ୍ତରୀୟ ନୁଆଁଖାଇ ଭେଟଘାଟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନିମାଇଁ ଚରଣ ସ୍ବାଇଁ ମୁଖ୍ୟ ଅତିଥି ଭାବରେ,ପଦ୍ମଶ୍ରୀ ଲୋକକବି ହଳଧର ନାଗ ମୁଖ୍ୟ ବକ୍ତା ଭାବରେ,ରେଣୁରଞ୍ଜନ ବାଗ,ବିଭୁପ୍ରସାଦ ହରିପାଳ,ରାଜେଶ ଗୁର୍ଲା ଓ ନାଟ୍ୟକାର ଅଶୋକ ବହିଦାର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ଆମ୍ବେଦକରଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରିଥିଲେ । ଅନୁଷ୍ଠାନ ର ସଭାପତି ନିରୋଜ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଗୋପବନ୍ଧୁ ଶିକା ବିବରଣୀ ପାଠ କରିଥିଲେ । ଅଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ନାଟ୍ୟକାର ଅଶୋକ ବହିଦାର,ପଦ୍ମଶ୍ରୀ ହଳଧର ନାଗ,ଶମ୍ଭୁପ୍ରସାଦ ହରିପାଳ,ରଂଜନ ମହାନନ୍ଦ,ରାଜେଶ ଗୁର୍ଲା,ଶୁଭଶ୍ରୀ ମହାନନ୍ଦ,କେଶି ସୁନା ଓ ମହେନ୍ଦ୍ର ତାଣ୍ଡିଙ୍କୁ ନୁଆଁଖାଇ ସମ୍ମାନ ୨୦୧୮ରେ ସମ୍ବର୍ଦ୍ଧିତ କରାଯାଇଥିଲା।ବୟୋଜ୍ୟେଷ୍ଠ ବ୍ୟକ୍ତି ଗିରିଧାରୀ କୁମ୍ଭାର ଏବଂ ତିନିଜଣ ଅବସରପ୍ରାପ୍ତ ଶିକ୍ଷକ ସତ୍ୟାନନ୍ଦ ଶିକା,ବନମାଳୀ କୁମ୍ଭାର ଓ ବିଷ୍ଣୁଦେବ କୁମ୍ଭାର ଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା  ।ଦିବଂଗତ କୈଳାଶ କୁମ୍ଭାର ଓ ସୌକିଲାଲ କୁମ୍ଭାର ଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ଗୀତ,ନାଚ ସହିତ ଅବର୍ଣ୍ଣିଗୁଁଡା ନାଟ୍ୟ ସସଂଦ ପଦ୍ମପୁର ତରଫରୁ “ତୋର ପାରକେ ମୋର ପାହା” ସମ୍ବଲପୁରୀ-କୋଶଲୀ ନାଟକ ମଞ୍ଚସ୍ଥ କରାଯାଇଥିଲା ।ସମଗ୍ର କାର୍ଯ୍ୟକ୍ରମକୁ ରମେଶ ଗୁର୍ଲା,ଅନ୍ତର୍ଯ୍ୟାମୀ ମେହେର ତଥା ସଙ୍ଘର ସଦସ୍ୟ କୁଲୁ ରଂଜନ,ସଞ୍ଜୟ, ପ୍ରଦୀପ ରଂଜନ,ଶଶି,ରାଜେଶ,ନିଲାଞ୍ଚଳ,ରମେଶ,ତ୍ରିଲୋଚନ, ଜଗବନ୍ଧୁ,ଦୁଃଶାସନ, ଶୁକଦେବ,ତ୍ରିଲୋଚନ, ବାଳମୁକୁନ୍ଦ,ରଜନୀ, ସୁରଜ,ଖଗେଶ୍ବର, ଆଶିଷ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.