ଏକଦା ଅବହେଳିତ କୃଷ୍ଣପ୍ରସାଦ ବ୍ଲକ ଆଜି ବିକାଶର ଶୀର୍ଷରେ: ଦାସବର୍ମା

0

କୃଷ୍ଣପ୍ରସାଦ ବ୍ଲକରେ ଜନସଂପର୍କ ପଦଯାତ୍ରା ଉଦ୍‍ଯାପିତ

ପୁରୀରୁ ଅଭିଶେଖ : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍‍ଟନାୟକଙ୍କ ଆହ୍ୱାନକ୍ରମେ ଆମ ଗାଁ ଆମ ବିକାଶର ବାର୍ତ୍ତା ଜନସଂପର୍କ ପଦଯାତ୍ରା ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକରେ ଉଦ୍‍ଯାପିତ ହୋଇଛି । ଏହି ପଦଯାତ୍ରା କୁରୁପାଳ ଛକଠାରୁ ଏକ ବିଶାଳ ଜନ ସମାବେଶରେ ବାହାରି ତିତିପ-ଚାରିଛକରେ ପହଞ୍ଚôବା ପରେ ସେଠାରେ ଅନୁଷ୍ଠିତ  ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରି ବିଧାୟକ ଶ୍ରୀ ସଂଜୟ ଦାସବର୍ମା, ବିଗତ ପଞ୍ଚାୟତ ନିର୍ବାଚନରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀବାସୀ ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଦେଇ ୬ଟି ଜିଲ୍ଲା ପରିଷଦ ଜୋନ୍‍ରେ ଓ ୩ଟି ବ୍ଲକ ଦଖଲ କରିବାରେ ଆଶୀର୍ବାଦ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶ୍ରୀ ଦାସବର୍ମା କହିଥିଲେ, କେନ୍ଦ୍ରର ଅସହଯୋଗ ଓ ଅବହେଳା ସତ୍ତେ୍ୱ ରାଜ୍ୟ ତା’ର ନିଜସ୍ୱ ସମ୍ବଳର ବିନିଯୋଗ କରି ପ୍ରଗତିର ମହାପର୍ବ ଆରମ୍ଭ କରିଛି, ଯାହାକି ଜାତୀୟ ସ୍ତରରେ ସ୍ୱୀକୃତି ଓ ସମ୍ମାନ ପାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରକାରରେ ରାଜ୍ୟର ପ୍ରଗତି ତ୍ୱରାନ୍ୱିତ ହୋଇଛି, ଯାହାକି ଆମ ପାଇଁ ଏକ ବଡ଼ ଉପଲବ୍ଧି । ତାଙ୍କର ନିରନ୍ତର ପ୍ରୟାସ ଫଳରେ ଓଡ଼ିଶା ଆଜି ଜାତୀୟ ପ୍ରଗତି ମାନଚିତ୍ରରେ ପ୍ରମୁଖ ସ୍ଥାନ ହାସଲ କରିପାରିଛି । ବିକାଶର ପ୍ରାୟ ସମସ୍ତ ସୂଚକାଙ୍କରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଜି ଉଦାହରଣ ହୋଇପାରିଛି, ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ଏକଦା ଅବହେଳିତ କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମଗିରି ବିକାଶର ଶୀର୍ଷରେ ଆଜି ପହଞ୍ଚô ପାରିଛି । ପ୍ରୟାଗ ଠାରୁ କୃଷ୍ଣପ୍ରସାଦ ରାସ୍ତା ପୂର୍ଣ୍ଣାଙ୍ଗ ହୋଇଥିବା ବେଳେ କୃଷ୍ଣପ୍ରସାଦରୁ ଚାମୁଣ୍ଡିଆ ପେଣ୍ଠ ପର୍ଯ୍ୟନ୍ତ ୩୦କୋଟି ଟଙ୍କା ବ୍ୟୟରେ ରାସ୍ତା କାମ ଖୁବ୍‍ଶୀଘ୍ର ପୂର୍ଣ୍ଣାଙ୍ଗ ହେବ । ବୈଷୟିକ ଶିକ୍ଷାର ବିକାଶ ପାଇଁ କୃଷ୍ଣପ୍ରସାଦରେ ଏକ ଆଇଟିଆଇ ଓ ସ୍କିଲ୍‍ ଡେଭେଲପ୍‍ମେଣ୍ଟ ସେଣ୍ଟର ପ୍ରତିଷ୍ଠା  କରାଯାଇଛି । ଫାଇଲିନ୍‍ ପରେ ଉଜୁଡ଼ି ଯାଇଥିବା କୃଷ୍ଣପ୍ରସାଦ ବ୍ଲକର ଯାତାୟାତର ବ୍ୟବସ୍ଥା, ବିଦୁ୍ୟତ୍‍ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ତଥା ୧୬ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି ।
ଚିଲିକାକୁ ଆଧାର କରି ବଞ୍ଚୁଥିବା ଅଣ-ମତ୍ସ୍ୟଜୀବୀ ଓ ମତ୍ସ୍ୟଜୀବୀ କିଭଳି ଭାବରେ ଶାନ୍ତିପୂର୍ଣ୍ଣ ସହବସ୍ଥାନ କରିପାରିବେ ଏବଂ ବଞ୍ଚିବାର ଅଧିକାର ପାଇବେ ରାଜ୍ୟ ସରକାରଙ୍କ ପାଖରେ ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଲଢ଼ିବା ସହିତ ରାଜନୈତିକ ବଦ୍ୱେଷଭାବରୁ ଊଦ୍ଧ୍ୱର୍କୁ ଉଠିଆସି ଜନସାଧାରଣଙ୍କର ଯଦି ସେବା କରିପାରିବା ତେବେ ସାଧାରଣ ଲୋକଙ୍କ ଆଶା ଆଙ୍କାକ୍ଷା ନିଶ୍ଚିତ ଭାବରେ ପୂରଣ ହୋଇପାରିବ । ଶ୍ରୀ ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଥିଲେ, ମୁଁ ରାଜଧର୍ମ ପାଳନ କରିବା ପାଇଁ ପ୍ରସ୍ତୁତ ଅଛି । ଆପଣମାନେ ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏକ ସମୃଦ୍ଧ ଓ ବିକଶିତ କୃଷ୍ଣପ୍ରସାଦ ବ୍ଲକ ଗଠନ କରିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା । ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଚିଲିକାରେ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ସାଧାରଣ ଲୋକଙ୍କୁ ଜୀବୀକା ଦେବାରେ ଏହି ବିଗତ ୫ବର୍ଷ ଭିତରେ ରାଜ୍ୟ ସରକାର ମିର୍ଜାପୁର, ରାୟପୁର, ଗବକୁଣ୍ଡ, ଗଙ୍ଗାଧରପୁର ଓ ସାତପଡ଼ା ଠାରେ ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରିଛିନ୍ତି । ଅଞ୍ଚଳରେ ଶାନ୍ତି ସହାର୍ଦ୍ଧ୍ୟ ଓ ଭାଇଚାରା ଭାବ ହିଁ କୃଷ୍ଣପ୍ରସାଦର ବିକାଶକୁ ଆଉ ପାଦେ ଆଗେଇ ନେବ । ମୁଁ ଚାହେଁ ସମସ୍ତ ରାଜନୈତିକ ଚିନ୍ତାଧାରା ଏବଂ ବ୍ୟକ୍ତିବାଦ ଠାରୁ ଊଦ୍ଧ୍ୱର୍ରେ ଆସି ପ୍ରବାଦ ପୁରୁଷ ବିଜୁବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ, ଅର୍ଦ୍ଧପତିତ ଓଡ଼ିଆ ଜାତିଙ୍କୁ ଉଠାଇ ଓ ଓଡ଼ିଶାକୁ ଏକ ସମୃଦ୍ଧି ରାଜ୍ୟ ଭାବେ ଗଢ଼ିତୋଳି ଏହି ସ୍ୱପ୍ନକୁ ଭାରତବର୍ଷର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସାକାର କରୁଥିବା ବେଳେ ଏହାକୁ ଅଧିକ ଗତିଶୀଳ କରିବା ପାଇଁ ମୁଁ ସମସ୍ତଙ୍କ ସହଯୋଗ, ଶୁଭେଚ୍ଛା ଓ ଆଶୀର୍ବାଦ କାମନା କରୁଛି । କୃଷ୍ଣପ୍ରସାଦ ବ୍ଲକ ସଭାପତି ଶ୍ରୀ କୈଳାସ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ସଭାରେ ବୋଲଗଡ଼ର ମାନ୍ୟବର ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଅମରେଶ ପତ୍ରୀ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସୌଦାମିନୀ ମାନସିଂହ, ଜିଲ୍ଲା ପରିଷଦ ସଭ୍ୟା ପ୍ରଭାତି ପ୍ରଧାନ, କୈଳାସ ପରିଡ଼ା, ଦଳର ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ହେମନ୍ତ କୁମାର ଜେନା, ଦିଲ୍ଲୀପ ରଣସିଂହ, କୃଷ୍ଣଚନ୍ଦ୍ର ଜେନା, ଜ୍ଞାନଚାନ୍ଦ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ । ୪କିମି ବ୍ୟାପୀ ଏହି ବିଶାଳ ପଦଯାତ୍ରାରେ ୧୦ ହଜାରରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ, ଶୁଭେଚ୍ଛୁ ସାମିଲ ହୋଇଥିଲେ ।

Leave A Reply

Your email address will not be published.