ବିଦ୍ୟୁତ ସେବାରୁ ବଂଚିତ ହିତାଧିକାରୀଙ୍କୁ ଖୁବ ଶୀଘ୍ର ସଂଯୋଗ ରାଜ୍ୟ By SPNEWS On Nov 10, 2017 0 Share ନିଶୁଳ୍କ ବିଦ୍ୟୁତ ସଂଯୋଗୀକରଣ କର୍ମଶାଳା ଆୟୋଜିତ ବାରିପଦା/Dillip Mohanty : ବାରିପଦା ଷ୍ଟେସନ ବଜାରସ୍ଥିତ ଛାଞ୍ଚ କାର୍ଯ୍ୟାଳୟ ପରିସରରେ କନିଷ୍ଠ ଯନ୍ତ୍ରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ନିଶୁଳ୍କ ବିଦ୍ୟୁତ ସଂଯୋଗୀକରଣ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ଯେଉଁ ବ୍ୟକ୍ତିମାନେ ନୂତନ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହୋଇଆସିଛନ୍ତି ସେମାନଙ୍କୁ କିପରି ବିନା ଦେୟ(ନିଶୁଳ୍କ)ରେ ବିଦ୍ୟୁତ ସଂଯୋଗ ମିଳି ପାରିବ ସେଥି ନିମନ୍ତେ ସରକାରଙ୍କ ପକ୍ଷରୁ ଉପଲବ୍ଧ କରାଯାଇଥିବା ବ୍ୟବସ୍ଥା ଉପରେ କନିଷ୍ଠ ଯନ୍ତ୍ରୀ ଶ୍ରୀପଟ୍ଟନାୟକ ଉପସ୍ଥିତ ଜନସାଧାରଣ ଓ ବିଭାଗୀୟ କର୍ମଚାରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ । ଏଥି ସହିତ ବିଦ୍ୟୁତ ସଂଯୋଗ ପାଇପାରି ନ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ କିପରି ସଠିକ୍ ଭାବେ ଚିହ୍ନଟ କରାଯାଇ ପାରିବ ସେହି ଦାୟିତ୍ୱ ବିଦ୍ୟୁତ ଉପଭୋକ୍ତାମାନଙ୍କର ବିଲ ପ୍ରସ୍ତୁତ କରାଉଥିବା କର୍ମଚାରୀମାନଙ୍କ ହାତରେ ସର୍ଭେର ଦାୟିତ୍ୱ ନ୍ୟସ୍ତ କରାଯାଇଛି ଏବଂ ନିଶୁଳ୍କ ସଂଯୋଗ ପାଇଁ ଯୋଗ୍ୟ ହିତାଧିକାରୀମାନେ ଚଳିତ ମାସ ୩୦ ତାରିଖ ମଧ୍ୟରେ ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ୨୦୧୮ ଡ଼ିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ । ମାତ୍ର ଏଥି ନିମନ୍ତେ ରହିଥିବା ଗାଇଡ଼ ଲାଇନ ଅନୁସାରେ ଗରୀବ, ବିପିଏଲ ପରିବାରଙ୍କୁ ନିଶୁଳ୍କରେ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା ବେଳେ ଧନୀ, ପକ୍କା ଛାତ ଘର, ଅଧିକ ଜମିଜମା, ବାଇକ୍ ଆଦି ରହିଥିବା ପରିବାର ନିକଟରୁ ନୂତନ ବିଦ୍ୟୁତ ସଂଯୋଗ ନିମନ୍ତେ ପାଞ୍ଚ ଶହ(ଟ୫୦୦.୦୦) ଟଙ୍କା ସଂଯୋଗ ଶୁଳ୍କ ୧୦ ମାସରେ କିସ୍ତି ପଚାଶ(ଟ୫୦.୦୦) ଟଙ୍କା ଲେଖାଏଁ ପୈଠ କରିବାକୁ ପଡ଼ିବ । ଉକ୍ତ ଯୋଜନାରେ ମୁଖ୍ୟ ଲାଇନ ନିକଟରୁ ୯ଟି ବିଦ୍ୟୁତ ଖମ୍ବ ଉପଭୋକ୍ତାମାନଙ୍କୁ ବିନା ଦେୟରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ପୂର୍ବରୁ ଏହି ସମସ୍ତ ସୁବିଧାସୁଯୋଗ ଉପଲବ୍ଧ ନ ଥିବାରୁ ନୂତନ ସଂଯୋଗ ନେବା ନିମନ୍ତେ ଉପଭୋକ୍ତାମାନେ ମୁଖ୍ୟ ଲାଇନ ନିକଟରୁ ଆବଶ୍ୟକ ହେଉଥିବା ସମସ୍ତ ଖମ୍ବ(ଖୁଣ୍ଟ)ର ମୂଲ୍ୟ ଦେଉଥିଲେ । ଯାହାଫଳରେ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତର ସମ୍ମୁଖୀନ ହୋଇଆସୁଥିଲେ । ଏହି ସମସ୍ତ ସୁବିଧା ସୁଯୋଗ କିପରି କିପରି ଗ୍ରାହକମାନଙ୍କ ନିକଟରେ ସହଜରେ ପହଁଞ୍ଚାଯାଇ ପାରିବ ଏବଂ ସେମାନଙ୍କୁ ଏହି ସମସ୍ତ ଦିଗରେ ସଚେତନ କରାଯାଇ ପାରିବ ତାହା ଏହି କର୍ମଶାଳର ମୂଳ ଲକ୍ଷ ଓ ଉଦ୍ଦେଶ୍ୟ ବୋଲି କହିଥିଲେ କନିଷ୍ଠ ଯନ୍ତ୍ରୀ ଶ୍ରୀପଟ୍ଟନାୟକ । ଉକ୍ତ କର୍ମଶାଳାର ପରିଚାଳନାରେ ବିଦ୍ୟୁତ ବିଭାଗର ସୁଶାନ୍ତ ମହାନ୍ତ, ବାଇଧର ସ୍ୱାଇଁ, ରତିକାନ୍ତ ପରିଡ଼ା, ଶାଶ୍ୱତ ରଞ୍ଜନ ଖିଲାର, ମାନସ ଦାସ, ଜ୍ୟୋତିକୃଷ୍ଣ ବେହେରା ପ୍ରମୁଖ ସହାୟତା କରିଥିଲେ । 0 Share FacebookTwitterGoogle+ReddItWhatsAppPinterestEmail