ଭୁବନେଶ୍ୱର:ଶବ୍ଦ ହେଉଛି ବ୍ରହ୍ମା ଶବ୍ଦବ୍ରହ୍ମର ଉପାସନା ହେଉଛି ଶୀର୍ଷସ୍ତରୀୟ ସାଧନାା ଯେଉଁମାନେ ଏହି ସାଧନାରେ ସିଦ୍ଧହସ୍ତ ସେମାନେ ଯୋଗଜନ୍ମା ଓ ଆମ ସମସ୍ତଙ୍କର ନମସ୍ୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତିା
ଆଜି ରାଜଭବନରେ ବରିଷ୍ଠ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀଙ୍କ ଇଂରାଜୀ କବିତା ସଂକଳନ “ମାଉଁ ଓ୍ୱାଲର୍ଡ ଅଫ୍ ଓ୍ୱାର୍ଡସ୍’ର ସଂସ୍କୃତ ଅନୁବାଦ “ମମ ଶବ୍ଦବିଶ୍ୱମ୍’କୁ ଲୋକାର୍ପଣ କରି ରାଜ୍ୟପାଳ ପ୍ରଫେସର ଲାଲ କବି ଶ୍ରୀ ସେଠୀଙ୍କ ମନନ, ଚିନ୍ତନ ଓ ସୃଜନ ସାମର୍ଥ୍ୟର ଭୂୟସୀ ପ୍ରଶଂସା କରିବା ସହିତ କବିଙ୍କ ଅବବୋଧ ଓ ଅକୃତି୍ରମ ଉପସ୍ଥାପନା ବେଶ୍ ହୃଦୟଗ୍ରାହ୍ୟ ବୋଲି କହିଥିଲୋ କବି ଶ୍ରୀ ସେଠୀଙ୍କ କବିତାରେ ମାଟିର ମହକ, ଆନନ୍ଦ, ଆଲୋକ ଓ ପୁଲକ ଅଛିା ଦେବଭାଷା ସଂସ୍କୃତ ମାଧ୍ୟମରେ ଏହାର ପ୍ରସାର ଏକ ବିଶେଷ ଉପଲବ୍ଧି ବୋଲି ରାଜ୍ୟପାଳ ପ୍ରକାଶ କରିଥିଲୋ
କବି ଶ୍ରୀ ସେଠୀ ନିଜ ସାରସ୍ୱତ ସାଧନାର ଭୂମି ଓ ଭୂମିକା ସଂପର୍କରେ ଆଲୋଚନା କରିଥିଲୋ ପୂର୍ବତନ ସାଂସଦ ତଥା ବରିଷ୍ଠ କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ କବିଙ୍କ ସୃଷ୍ଟିସମ୍ଭାର ଉପରେ ଆଲୋକପାତ କରିି ମଣିଷର ସ୍ୱପ୍ନ, ସଂଘର୍ଷ, ସଂଗ୍ରାମ ଓ ଉତ୍ତରଣ ସେସବୁରେ ରୂପାୟିତ ହୋଇଛି ବୋଲି ଉଲ୍ଲେଖ କରିଥିଲୋ
ଅନୁବାଦକ ତଥା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପୁସ୍ତକର ପ୍ରକାଶକ ହର୍ ଆନନ୍ଦ ପବ୍ଲିକେସନ୍ସ (ନୂଆଦିଲ୍ଲୀ)ର ଆଶିଷ ଗୋସାଇଁ ପ୍ରମୁଖ ପୁସ୍ତକର ବିଭିନ୍ନ ଦିଗ ଓ ନିଜର ସଂପୃକ୍ତି ସଂପର୍କରେ କହିଥିଲୋ କବି ରକ୍ଷକ ନାୟକ ପୁସ୍ତକ ସଂପର୍କରେ ସୂଚନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲୋ
Sign in
Sign in
Recover your password.
A password will be e-mailed to you.
Prev Post