ନୂଆଗାଁରେ ଖୋଲିଲା ସବ ରେଜିଷ୍ଟର କାର୍ଯ୍ୟାଳୟ

0 1

ନୟାଗଡ଼,୪/୪: ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକରେ ଖୋଲିଲା ସବରେଜିଷ୍ଟର କାର୍ଯ୍ୟାଳୟ । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରୀୟା ବେହେରା, ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା,ନୂଆଗାଁ ବିଡିଓ ସଚିଦାନନ୍ଦ ମିଶ୍ର ଓ ତହସିଲଦାର ହେମନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଦଶପଲ୍ଲା ବିଧାୟକ କାର୍ଯ୍ୟାଳୟର ଫଳକ ଉନ୍ମୋଚନ କରିବା ସହ ସବରେଜିଷ୍ଟର କାର୍ଯ୍ୟାଳୟକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ପ୍ରଥମ ସବରେଜିଷ୍ଟର ଭାବେ ହେମନ୍ତ କୁମାର ନାୟକ କାର୍ଯ୍ୟ ପରିଚାଳନା କରିବେ । ନୂଆଗାଁରେ ଏକ ସବରେଜିଷ୍ଟର କାର୍ଯ୍ୟାଳୟ ଖୋଲିବା ପାଇଁ ଅଞ୍ଚଳବାସୀଙ୍କର ବହୁଦିନର ଦାବି ରହିଥିଲା । ଉକ୍ତ କାର୍ଯ୍ୟାଳୟ ଖୋଲିବାରୁ ସେମାନଙ୍କୁ ଆଉ ନୟାଗଡ଼ ଓ ଓଡ଼ଗାଁ ଯିବାକୁ ପଡ଼ିବ ନାହିଁ । ଏହି ଉପଲକ୍ଷେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକର ସମସ୍ତ ଜନପ୍ରତିନିଧୂ ମାନେ ଯୋଗଦେବା ସହିତ ବହୁ ସଂଖ୍ୟାରେ ମିଶନ ଶକ୍ତିର ମା’ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.