ନୟାଗଡ଼ର ଦିବ୍ୟାଙ୍ଗ ଲେଖକଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର

0 1

ନୟାଗଡ଼,୩/୪: ପବିତ୍ର ଉତ୍କଳ ଦିବସ ଅବସରରେ ଭାରତୀୟ ରେଡ଼କ୍ରସ ଓଡ଼ିଶା ରାଜ୍ୟଶାଖା ପକ୍ଷରୁ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ଦିବ୍ୟାଙ୍ଗ ଲେଖକ ଧୀରେନ୍ଦ୍ର କୁମାର ସାମନ୍ତସିଂହାରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ସହିତ ପୁରସ୍କୃତ କରାଯାଇଛି। ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଯୋଗଦାନ କରି ଲେଖକ ଶ୍ରୀଯୁକ୍ତ ସାମନ୍ତସିଂହାରଙ୍କୁ ମାନପତ୍ର ସହିତ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ କୁମାର ପଣ୍ଡା,ଭୁବନେଶ୍ୱର ମେୟର ସୁଲୋଚନା ଦାସ,ଭୁବନେଶ୍ୱର ବିଧାୟକ ଅନନ୍ତ ଜେନା, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ ଦାସଙ୍କ ସମେତ ରେଡ଼କ୍ର ସୋସାଇଟିର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ । ସୂଚନାଯୋଗ୍ୟ ଯେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମର ଦିବ୍ୟାଙ୍ଗ ଲେଖକ ଧୀରେନ୍ଦ୍ର କୁମାର ସାମନ୍ତସିଂହାର ଅନେକ କାବ୍ୟ କବିତା,ନାଟକ, ସଙ୍ଗୀତ ତଥା ସଂସ୍କାର ଧର୍ମୀ ପୁସ୍ତକ ଯଥା ଇନ୍ଦୁମତି, ରାମାୟଣ ପ୍ରାର୍ଥନା,ଶ୍ରୀରାମ ଚାଳିଶା,କି ଯୁଗ ହେଲା,ଜୀବନ ମାଧୁରୀ,ବାଲ୍ମୀକି ରାମାୟଣ ଅନୁସରଣରେ,ଶ୍ରୀରାମ ଚରିତ ଓ ଚରିତ୍ର,ହାଦସାର ଗୀତା, ପତର ପଥର କଳି ଭଳି ଅନେକ ପୁସ୍ତକ ରଚନା କରି ନିଜର ପାରଦର୍ଶିତା ପ୍ରତିପାଦନ କରିଛନ୍ତି।

Leave A Reply

Your email address will not be published.