ରାଜ୍ୟସ୍ତରୀୟ ଉତ୍କଳ ଦିବସ: ରବୀନ୍ଦ୍ର ମଣ୍ଡପରେ ମନମୋହିଲା ଗଜପତିର ଆଦିବାସୀ ନୃତ୍ୟ

0

 https://youtu.be/b49ybMNhT1w

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ “ଓଡିଶା ଦିବସ” ସମାରୋହରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କ୍ରିଏଟିଭ୍ ଆର୍ଟସ୍ ର କଳାକାର ମାନେ ନୃତ୍ୟ ପରିବେଷଣ କରିଛନ୍ତି।
କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ବିଧାନସଭା ବାଚସ୍ପତି ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ସଚୀବ ମାନେ ଉପସ୍ଥିତ ଥିଲେ।
ଓଡ଼ିଶାର ଏକ ମାତ୍ର ନୃତ୍ୟଦଳକୁ ଏହି କାର୍ଯ୍ୟକ୍ରମରେ ଆଦିବାସୀ ନୃତ୍ୟ ପରିବେଷଣ କରିବା ପାଇଁ ସୁଯୋଗ ଦିଆ ଯାଇଥିବା ବେଳେ ଅନ୍ୟ ଜିଲ୍ଲାରୁ ଆସିଥିବା କଳାକାର ଓଡ଼ିଶୀ ନୃତ୍ୟ ଓ ସୁଗମ ସଙ୍ଗୀତ ପରିବେଷଣ କରିଥିଲେ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଅନୁଷ୍ଠାନର ବରିଷ୍ଠ ନୃତ୍ୟ କଳାକାର ସୁଦାମ ବରାଡଙ୍କ ନେତୃତ୍ଵରେ ଶିବ ପ୍ରଧାନ , କିଶୋର ଦାସ , ସତ୍ୟ ଆପଟ , ମୋନଜ ପାଣି ଓ ଅନ୍ୟାନ୍ୟ କଳାକାର ମାନେ ଲାଞ୍ଜିଆ ସଉରା ନୃତ୍ୟ ପରିବେଷଣ କରିଥିବା ବେଳେ ହରିହର ପଟ୍ଟନାୟକ , ଜ୍ଞାନ ରଞ୍ଜନ ଦାସ , ପ୍ରତ୍ୟୁଷ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରାଜ୍ୟସ୍ତରୀୟ ସମାରୋହରେ ଓଡ଼ିଶାରୁ ଏକ ମାତ୍ର ସାଂସ୍କୃତିକ ଦଳ ଗଜପତିରୁ ଯାଇ ଆଦିବାସୀ ନୃତ୍ୟ ପରିବେଷଣ କରିଥିବା ଯୋଗୁଁ ସ୍ଥାନୀୟ କଳାକାରଙ୍କ ମହଲରେ ଖୁସୀ ପ୍ରକାଶ ପାଇଛି। କଳାକାର ମାନଙ୍କୁ ଜିଲ୍ଲାବାସୀ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.