ନବରଙ୍ଗପୁର/ ଅଶୋକ ସାହୁଙ୍କ ରିପୋର୍ଟ: ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ନିଶନାହାଣ୍ଡି ଗ୍ରାମ ପଂଚାୟତ ବାଣିଆ ଗ୍ରାମରେ ୧୨ ବର୍ଷୀୟ ବାଲି ଯାତ୍ରାର ବାଲି ରପା ଅନୁଷ୍ଠିତ ହୋଇଯାଇଛି।ପୂର୍ବ ପୁରୁଷ ମାନଙ୍କ ଠାରୁ ଆରମ୍ଭ ହୋଇ ଆସୁଥିବା ବାଲି ଯାତ୍ରା କୃଷି ଭିତ୍ତିକ ବାଲିଯାତ୍ରା ଅଟେ।ଏଠାରେ ଶିରା,ଦିଶାରୀ,ଗୁରୁମାଇଁ ପ୍ରମୁଖ ଲାଠି ଓ ଗାଦି ସହ ଏକ ପଟୁଆର୍ ରେ ବାହାରି ଇନ୍ଦ୍ରାବତୀ ନଦୀ ଅଭିମୁଖେ ଚାଲିଥିଲେ।ଶତାଧିକ ମହିଲା ଓ ପୁରୁଷ ବାଲି ଚାଂଗୁଡି ଧରି ନାଚ ଗୀତର ତାଲେ ତାଲେ ପୂଜାର୍ଚ୍ଚନା ସହ ନଦୀରୁ ବାଲି କାଢି ଆଣିଥିଲେ।ଯାତ୍ରା ଦେଖିବାକୁ ଆଖ ପାଖ ଅଂଚଲର ଶତାଧିକ ଲୋକଙ୍କ ସମାଗମ ହୋଇଥିଲା।ଏହି ଯାତ୍ରା କଲେ ଗାଁକୁ ସୁଖ ଶାନ୍ତି ଆସିବା ସହିତ ରୋଗ ବ୍ୟାଧିରୁ ନିସ୍ତାର ମିଲେ ବୋଲି ଲୋକଙ୍କ ବିଶ୍ୱାସ ରହିଛି।ପ୍ରତି ୧୨ ବର୍ଷରେ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।କରୋନା ମହାମାରୀ ଯୋଗୁଁ ସ୍ଥଗିତ ରହିଯାଇଥିଲା। ଚଲିତ ବର୍ଷ ଧୁମ୍ ଧାମ୍ ରେ ଯାତ୍ରା ପାଲନ କରାଯାଉଛି। ବାଲି ଚାଂଗୁଡି ୯ ଦିନ ଧରି ଗ୍ରାମର ଜାନୀ ଘରେ ରଖାଯିବ। ଏଠାରେ ବିଭିନ୍ନ ପ୍ରକାର ଶସ୍ୟ ପକା ହେଇଛି। ପ୍ରତିଦିନ ଏହି ବାଲିରେ ହଲଦି ପାଣି ପକାଯିବାର ନିୟମ ରହିଛି। ନଅ ଦିନ ଧରି ସଂଧ୍ୟାରୁ ବିଲମ୍ୱିତ ରାତି ପର୍ଯ୍ୟନ୍ତ ଜାନୀ ଙ୍କ ଘର ସମ୍ମୁଖରେ ମହିଲା ମାନେ ଢେମସାରେ ମସଗୁଲ୍ ହୋଇଥାନ୍ତି। ନଅ ଦିନ ପୁର୍ଣ୍ଣ ହେଲେ ବାଲି ଯାତ୍ରା ହୁଏ । ବାଲି ଯାତ୍ରାର ପୂର୍ବ ଦିନକୁ ଡଲି ବୋଲି କୁହାଯାଏ। ବାଲି ଯାତ୍ରା କଲେ ଅଂଚଲର ଚାଷ ବାସ ଭଲ ହୁଏ ବୋଲି ବିଶ୍ୱସ ରହିଛି।
Sign in
Sign in
Recover your password.
A password will be e-mailed to you.