ଗରିବଙ୍କୁ ବି ମାଗଣା ନ୍ୟାୟିକ ସେବା Recent News By SPNEWS On Nov 10, 2017 0 Share ରାଷ୍ଟ୍ରୀୟ ଆଇନ ସେବା ଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ- ବାରିପଦା : ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଇନ ସେବା ଦିବସ ପାଳନ ଅବସରରେ ମାଗଣା ଆଇନ ସେବା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ମୟୂରଭଞ୍ଜ ଜିଲାରେ ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ମୟୂରଭଞ୍ଜ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବାରିପଦା କଚେରୀ ପରିସରରେ ରହିଥିବା ଜିଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରୁ ଗୁରୁବାର ପୂର୍ବାହ୍ନରେ ଏକ ରାଲି ହାତରେ ପ୍ଲ କାଡର଼୍ ଧରି ଓ ମାଗଣା ଆଇନ ସେବା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନମାନ ଦେଇ ବାହାରି ସହର ପରିକ୍ରମା କରି ଫେରି ଆସିଥିଲା । ଏବିଷୟରେ ମୟୂରଭଞ୍ଜ ବାର ଆସୋସିଏସନର ସଦସ୍ୟ ତଥା ବିଶିଷ୍ଟ ଯୁବ ଆଇନଜୀବୀ ଅରବିନ୍ଦ ଦାସ ସୂଚନା ଦେବାକୁ ଯାଇ କହିଛନ୍ତି ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ନିମନ୍ତେ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୮ ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ଏହା ସମସ୍ତ ବ୍ଲକ, ତହସିଲମାନଙ୍କରେ ମଧ୍ୟ ୧୦ ଦିନ ଧରି ଜାରି ରହିବ । ଦେଶରେ ସଚେତନତା ଅଭାବରୁ ବହୁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ତେଣୁ ମାଗଣା ଆଇନ ସେବା ପାଇବା ନିମନ୍ତେ ଯୋଗ୍ୟ ହିତାଧିକାରୀମାନଙ୍କୁ କିପରି ଆଇନ ସେବା ଯୋଗାଇ ଦେବାର ସୁବିଧାସୁଯୋଗ ଉପଲବ୍ଧ ରହିଛି ସେ ସମ୍ପର୍କରେ ଜନସାଧାରଣଙ୍କୁ ଅଧିକରୁ ଅଧିକ ସଚେତନ କରାଇବା ଏହାର ମୂଳ ଲକ୍ଷ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପରେଖ ଦେବା ନିମନ୍ତେ ଅପହଞ୍ଚ ଅଞ୍ଚଳମାନଙ୍କରେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଯିବ । ସେହିପରି ଜନଗହଳି ପୂର୍ଣ୍ଣ ସ୍ଥାନରେ ମାଗଣା ଆଇନ ସେବା ସମ୍ବନ୍ଧୀୟ ହୋଡ଼ିଂ, ଜିଲା କୋର୍ଟ ସମ୍ମୁଖରେ ଅଇନ ସହାୟତା ନିମନ୍ତେ ଡେ଼କ୍ସ, ସମସ୍ତ ବର୍ଗର ଜନସାଧାରଣଙ୍କୁ ମାଗଣା ଆଇନ ସେବା ଯୋଗାଇ ଦେବା ପାଇଁ ହେଲ୍ପ ଲାଇନ(ନମ୍ବର-୧୫୧୬) ଆଦିର ବ୍ୟବସ୍ଥା କରାଯାଉଛି ବୋଲି ଆଇନଜୀବୀ ଶ୍ରୀଦାସ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜିଲା ଲିଗାଲ ଏଡ଼ ସେଲର ସମ୍ପାଦକ ବିଚାରପତି ସ୍ମୃତି ରଞ୍ଜନ ମହାପାତ୍ର, ପ୍ୟାନେଲ ଆଇନଜୀବୀ ଅରବିନ୍ଦ ଦାସ, ଧିରେନ୍ଦ୍ର ନାଥ ସାସମଲ, ସୁଶୀଲ ପାତ୍ର, ସୁନୀଲ କୁମାର ଜେନା, ତାପସ ଦତ୍ତ, କମଲ କୁମାର କୁଅଁରବାବୁ, ହୁସ୍ନା ନେସାନ ପ୍ରମୁଖଙ୍କ ସହିତ ପାରା ଲିଗାଲ ସ୍ୱେଚ୍ଛାସେବୀ, ଏମକେସି, ଏମପିକେ, ରାଖାଲଗପୋ ଓ ଭଞ୍ଜପୁର ଆଦି ବିଦ୍ୟାଳୟର ଶିକ୍ଷକ ପ୍ରମୁଖଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । 0 Share FacebookTwitterGoogle+ReddItWhatsAppPinterestEmail