ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଉସ୍କି ଆଶ୍ରମ ବିଦ୍ୟାଳୟ ଠାରେ ପିତାମାତା ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ର ଚେୟାରମେନ ଶ୍ରୀମତୀ ଲେତ ଜେରାଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ପିତାମାତା ତଥା ଅଭିଭାବକ ଗଣ ଉପସ୍ଥିତ ରହିଥିଲେ । ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦେବାନନ୍ଦ ନାୟକ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ଶ୍ରୀ ପୁରନ ମେହେର ଓ ଶିକ୍ଷକ ବଲାଇ ରାଉତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଛାତ୍ର ବାସରେ ରହୁଥିବା ପିଲାଙ୍କ ସୁରକ୍ଷା,
ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର, ପରିଷ୍କାର ପରିଚ୍ଛନ୍ନତା, ସୁସ୍ଥ ଶରୀର ପରିଚାଳନା , ବଜ୍ରାଘାତ, ସର୍ପାଘାତ,ମଧ୍ୟାହ୍ନ ଭୋଜନ, ମୀନା କ୍ଯାବିନେଟ, ସ୍କୁଲ କ୍ଯାବିନେଟ ର ଭୂମିକା ଆଦି କାର୍ଯ୍ୟକ୍ରମ ହାତକୁ ନେଇ ସଫଳତାର ସହ ବିଦ୍ୟାଳୟରେ ସମାପନ କରାଯାଇଛି । ସରକାରଙ୍କ ଆଦିବାସୀ ହରିଜନଙ୍କ ପ୍ରତି ଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ଯୋଜନାର ଲାଭ ଉଠାଇବା ସହ ପିଲାଙ୍କୁ ଉଚ୍ଚଶିକ୍ଷିତ କରିବା ବିଷୟ ଆଲୋଚନା କରାଗଲା । LRP ଓ FLN ସହ summetive assessment – 2 ର ରେଜଲ୍ଟ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା । ହାତଧୁଆ, ଶୌଚାଳୟର ବ୍ୟବହାର ସହ ବିଭିନ୍ନ ସ୍ବାସ୍ଥ୍ୟ ଦିବସର ଗୁରୁତ୍ୱକୁ ଆଲୋକପାତ କରିଥିଲେ।ସଭା ଶେଷରେ ପରିବେଶ ସୁରକ୍ଷା କୁ ଦୃଷ୍ଟିରେ ରଖି ବୃକ୍ଷ ରୋପଣ ତଥା ନିଆଁ କୁ ନା ବିଷୟ ଆଲୋଚନା କରାଯାଇ ଧନ୍ୟବାଦ ଦେଇ ସଭା ସାଙ୍ଗ କରଯାଇଥିଲା।
Sign in
Sign in
Recover your password.
A password will be e-mailed to you.