ରମଜାନ ମାସରେ ହଳଧରପୁରରେ ଇଫତାର ପାର୍ଟି

0

ସମୁହ ପ୍ରାର୍ଥନା ସଭାରେ ସମାଜର ମଙ୍ଗଳ ପାଇଁ ଦୁଆ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ପଂଚାୟତ ହଳଧରପୁର ଗ୍ରାମରେ ଥିବା ଜାମିଆ ଇସାଆତୁଲ ଉଲୁମ୍ ମାଦ୍ରାସା ପରିସରରେ ସଂଖ୍ୟାଲଘୁ ସଂପ୍ରଦାୟମାନଙ୍କର ପବିତ୍ର ରମ୍ଜାନ ମାସରେ ଏକ ଇଫ୍ତାର ପାର୍ଟି ଅଣୂସ୍ଠ୮ଇଟ ହୋଇଯାଇଛି । ମାଦ୍ରାସାର ମୌଲାନା ଖଇରୁଦ୍ଧିନ ସାହେବଙ୍କ ସଭାପତିତ୍ୱ ଏବଂ ମୌଲାନା ଅବଦୁଲ ୟାଦୁତ୍ ଖାଁଙ୍କ ସଂଯୋଜନାରେ ଏଥିରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ସମୁହ ପ୍ରାର୍ଥନା ସଭାରେ ସମାଜର ମଙ୍ଗଳ ପାଇଁ ଦୁଆ କରିଥିଲେ । ସାରା ଦିନ ଉପବାସ ରହିବା ପରେ ସଂଧ୍ୟାରେ ଶହ ଶହ ମୁସଲମାନ ଭାଇମାନଙ୍କ ସହିତ ମିଶି ବିଧାୟକ ରୋଜା ଫିଟାଇଥିଲେ । ଏଥିରେ ବିଭିନ୍ନ ପ୍ରକାର ଖାଦ୍ୟ ବ୍ୟଞ୍ଜନର ବ୍ୟବସ୍ଥା ହୋଇଥିଲା ।

ବିଧାୟକଙ୍କ ସହିତ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବିଜେଡି ଜୋନ୍ ସଭାପତି ଜ୍ୟୋତି ପ୍ରକାଶ ସ୍ୱାଇଁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ କୁମାର ସେଠୀ, ଅସୁରେଶ୍ୱର ଚଉଦ ମହାଲାର ସଭାପତି ସେକ୍ ମହମ୍ମଦ ଇଦ୍ରିଶ, ସଂପାଦକ ଇମ୍ରାନ୍ ଖାଁ, ଆଇନଜୀବୀ ସେକ୍ ଅଜିମୁଦ୍ଧିନ, କଟକ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ୍ର ଉପସଭାପତି ଜାକୀର ଖାଁ, ସଂଖ୍ୟାଲଘୁ ସେଲ୍ ବ୍ଲକ ସଭାପତି ମିର୍ଜା ଅବୁଲ ବେଗ୍, ସରପଂଚ ମନୋଜ କୁମାର ମଲ୍ଲିକ, ପୂର୍ବତନ ସରପଂଚ ମୃତୁ୍ୟଞ୍ଜୟ ସ୍ୱାଇଁ, ସରପଂଚ ଚିତରଂଜନ ମଲ୍ଲିକଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଓ ସଂଖ୍ୟାଲଘୁ ସେଲ୍ର କର୍ମକର୍ତା ଯୋଗଦେଇଥିଲେ । ମୌଲାନା ରିଆଜୁଦ୍ଧିନ୍ ସାହେବ, ମୌଲାନା ମୁକ୍ତାର ସାହେବ, ମୌଲାନା ଅଫସର ସାହେବ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.