ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ସ୍ଥିତ ସେବା ସମବାୟ ସମିତି ଆନୁକୁଲ୍ୟ ରେ ଓ ନାବାର୍ଡ ସହାୟତା ରେ ଆଜି ଶନିବାର ଏକ ବ୍ୟାଙ୍କ ଋଣ ସଚେତନତା କର୍ମଶାଳା ଜଗଦଳପୁର ଧାନମଣ୍ଡି ଠାରେ ଅନୁଷ୍ଠିତ ହୋଇଛି l ସମିତି ସଭାପତି ମନୋଜ ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଝାରବନ୍ଧ ଏସ ଡି ସି ସି ବ୍ୟାଙ୍କ ର ଶାଖା ପରିଚାଳକ ଅମୀୟ କାନ୍ତ ରଥ, ମୁଖ୍ୟ ଵକ୍ତା ଭାବେ ଝାରବନ୍ଧ ବ୍ଲକ କୃଷି ଅଧିକାରୀ ଗୌରାଙ୍ଗ ଚରଣ ମହାରଣା ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ସମବାୟ ସମିତି ସଭାପତି ନନ୍ଦଲାଲ ମହାପାତ୍ର, ଜଗଦଳପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସମାଜ ସେଵୀ ଗୋପବନ୍ଧୁ ସାହୁ, ମାଧବୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ଜଗଦଳପୁର,କୁମୀର, ଚଣ୍ଡୀଭଟା, ଲଉଡ଼ିଦରହା ପଞ୍ଚାୟତ ର ଚାଷୀ ମାନେ ଯୋଗ ଦେଇଥିଲେ l ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ଚାଷୀ ଙ୍କ ବିକାଶ ତଥା ଉନ୍ନତି ପାଇଁ ଏକ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବିନା ସୁଧ ରେ ଋଣ ନେଇ ଚାଷୀ ମାନେ ସ୍ୱାବଲମ୍ବି ହେବାକୁ ପରାମର୍ଶ ଦେଇଥିଲେ ଏସ ଡି ସି ସି ବ୍ୟାଙ୍କ ପରିଚାଳକ ଶ୍ରୀ ରଥ l ସମ୍ପାଦକ ରାଧେଶ୍ୟାମ ଖର୍ଷେଲ ଆୟ ବୟ ତଥା ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ l ନିର୍ଦେଶକ ଅଶୋକ ପଧାନ, ଧର୍ମରାଜ ପୋଢ଼, ହରେକୃଷ୍ଣ ପଟେଲ, କୃଷ୍ଣଚନ୍ଦ୍ର ସାହୁ, ପ୍ରେମ ଭୋଇ, ଚକ୍ର ଜଗତ ଚାଷୀ ପ୍ରତିନିଧି ଗୟାଧର ପଟେଲ, ବିବେକାନନ୍ଦ ପଟେଲ, ଗଜାନନ୍ଦ ସାହୁ, ରାହୁଲଦେବ ଭୋଇ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ସମବାୟ ସମିତି ର କର୍ମଚାରୀ କମ୍ପ୍ୟୁଟର ଅପରେଟର ଗୋବରଧନ ସାହୁ (ନବୀନ), ଦେବରାଜ ସାହୁ, ଅଶ୍ୱିନୀ ଦାଶ, ଝସକେତନ ସାହୁ, ଭୂପେନ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post