ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ନବରଙ୍ଗପୁର ଜିଲ୍ଲାର ଏକ ମାତ୍ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ଭାରତୀ କଳା ନିକେତନ” ଦ୍ଵାରା ଆୟୋଜିତ ସପ୍ତଦଶ ବାର୍ଷିକ ଉତ୍ସବ ଓ ପଞ୍ଚମ ତ୍ରିଦିବସୀୟ ନାଟକ ମହୋତ୍ସବରେ ଭକ୍ତି ସଙ୍ଗୀତ ସଂସଦ, ପାରଳାଖେମୁଣ୍ଡିର ଗୁରୁ ଏମ୍. ମାଧବ ପାତ୍ରଙ୍କୁ ଅନୁଷ୍ଠାନ ଦ୍ବାରା “ମାଆ ରାଧାଦେବୀ କଳାଶ୍ରୀ ସମ୍ମାନ-୨୦୨୩” ରେ ସମ୍ବର୍ଦ୍ଧିତ କରାଯାଇଛି।
ତାଙ୍କର ଯନ୍ତ୍ର ସଙ୍ଗୀତ ପରିଚାଳନା ଓ ସୁଲଳିତ କଣ୍ଠ ସଙ୍ଗୀତକୁ ଦୃଷ୍ଟିରେ ରଖି ଏହି ସମ୍ମାନ ପ୍ରଦାନ କରାଯାଇଛି।
ଉକ୍ତ ସମ୍ବର୍ଦ୍ଧିତ ସଭାରେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି , ନାଟ୍ୟକାର ଗୌରୀ ପ୍ରସାଦ ରଥ , ନାଟ୍ୟକାର ପରମେଶ୍ଵର ମୁଣ୍ଡ , ସମ୍ମାନିତ ଅତିଥି ତଥା ଅନୁଷ୍ଠାନର ଅଧ୍ୟକ୍ଷା ମଧୁସ୍ମିତା ମହାରଣା ଓ ପ୍ରତିଷ୍ଠାତା ସମ୍ପାଦକ ଅଧ୍ୟାପକ ଗୋପାଳ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ।
ଅତିଥି ମାନେ ଶ୍ରୀ ଏମ୍. ମାଧବ ପାତ୍ରଙ୍କୁ ଉତ୍ତରୀୟ , ମାନପତ୍ର , ପୁଷ୍ପମାଲ୍ଯ ଓ ଅନୁଷ୍ଠାନର ସ୍ମୃତି ଫଳକ ପ୍ରଦାନପୂର୍ବକ ତାଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ “ମାଆ ରାଧାଦେବୀ କଳାଶ୍ରୀ ସମ୍ମାନ-୨୦୨୩” ରେ ସମ୍ବର୍ଦ୍ଧିତ କରିଥିଲେ।
ଏଥିପାଇଁ ପାରଳାଖେମୁଣ୍ଡି ଓ ଭକ୍ତି ସଙ୍ଗୀତ ସଂସଦର କଳାପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଗର୍ବ ଅନୁଭବ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.