ଜଗତସିଂହପୁର,ତା-୨୨.୦୩.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଅନୀତି ଦୂରରେ ଓଡ଼ିଶ ଗ୍ରାମ ପଞ୍ଚାୟତର ଓଡିଶ ଗ୍ରାମରେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି, ଦରିଦ୍ରତାର କୋଷାଘାତରେ ଘାଣ୍ଟି ହେଉଥିବା ଏକ ପରିବାର l ପରିବାରର ମୁଖ୍ୟ କହିଲେ ଲୋକନାଥ ପରମାଣିକ ବୟସ ପ୍ରାୟ ୮୫ ପାଖାପାଖି l ଠିକରେ ଆଖିକୁ ତାଙ୍କର ଦେଖାଯାଉନି ଫୁଣି ବାଟ ଠଉରେଇବାକୁ ପଡେ ବାଉଁଶ ବାଡ଼ିରେ l ଦିନ ଥିଲା ଲୋକନାଥ ତାଙ୍କ ସ୍ତ୍ରୀ ଓ ପୁଅ ବୋହୁ ମିଳରେ ଅତି ଖୁସିରେ ଦିନ କଟୁଥିଲା l ଲୋକନାଥଙ୍କ ପୁଅ ଦେବେନ୍ଦ୍ର ଅଟୋଚାଳକ ଥିଲେ ଓ ସେ ନିଜେ ତାଙ୍କ ସ୍ତ୍ରୀ ବିଲ ବାଡ଼ି କାମ କରି ବେଶ ଆନନ୍ଦରେ ଥିଲେ କିନ୍ତୁ ଦୈବର କି ବିଚିତ୍ର ଲୀଳା ହଜିଗଲା ସୁଖ ଆଉ ମାଡି ଆସିଲା ଘନ ଅନ୍ଧକାର l ସ୍ତ୍ରୀର ଅକାଳ ବିୟୋଗରେ ଭାଙ୍ଗି ପଡ଼ିଥିଲେ ଲୋକନାଥ l ଏତେ ଅସୁବିଧା ଭିତରେ ଯେ ଘରକୁ ସମ୍ଭାଳିଥାନ୍ତା, ତାଙ୍କର ଏକ ମାତ୍ର ପୁଅ ସେ ବର୍ତ୍ତମାନ ମାନସିକ ରୋଗରେ ଆକ୍ରାନ୍ତ l କିସ୍ତିରେ ଆଣିଥିବା ଅଟୋଟି କିସ୍ତି ସୁଝି ନ ପାରିବାରୁ ଅଟୋଟିକୁ ଫାଇନାନ୍ସ କମ୍ପାନୀ ନେଇଗଲେ l ଘରର ସମସ୍ତ ସମସ୍ୟା ବୋହୁ ମିନତୀଙ୍କ ଉପରେ l ସ୍ୱାମୀର ମେଡ଼ିସିନ,ଶଶୁରର ମେଡ଼ିସିନ, ପିଲାଙ୍କ ପାଠପଢ଼ା, ଘର ଖର୍ଚ୍ଚ ଯେମିତି ବୋଝ ଉପରେ ନଳିତା ବିଡା ପରି ଲାଗୁଛି ମିନତୀଙ୍କୁ l ପର ଘରେ ବାସନ ମାଜି ଓ ବୋଲହାକ କରି ଯେତିକି ରୋଜଗାର ହୁଏ ତାହା ସମୁନ୍ଦ୍ରଙ୍କୁ ଶଙ୍ଖେ ଭଳି l ଅତି ଅସହାୟ ଭାବେ ଜୀବନକୁ ଅତିବାହିତ କରୁଛନ୍ତି ଏହି ପରିବାର l ନିଜର ଭରଣପୋଷଣ ଓ ମେଡ଼ିସିନ ପାଇଁ ପାଖରେ ଟଙ୍କା ନାହିଁ ସେଥିପାଇଁ ପ୍ରଶାସନ ପାଖରେ କିଛି ଆର୍ଥିକ ଓ ଘର ଖଣ୍ଡେର ସହାୟତା ମାଗିଛନ୍ତି ୮୫ ବର୍ଷୀୟ ବୃଦ୍ଧ l
Sign in
Sign in
Recover your password.
A password will be e-mailed to you.