ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏବଂ ମିଡ଼ିଆ ହାଉସ ‘ଦର୍ପଣ ପବ୍ଲିକେଶନ’ର ନୂତନ କାର୍ଯ୍ୟାଳୟ ଆଜି ଦର୍ପଣ କ୍ୟାମ୍ପସ ପରିସରରେ ଉଦଘାଟିତ ହେବା ସହିତ ଖବର କାଗଜ ଓ ନ୍ୟୁଜ ପୋର୍ଟାଲ ‘ନୟାଗଡ଼ ଦର୍ପଣ’ର ପ୍ରତିଷ୍ଠାତା ଗୀତିକଳ୍ପ ହରିଶ ପ୍ରଧାନଙ୍କ ଲିଖିତ ପୁସ୍ତକ ‘ମଦ ମଣିଷ’ ଉନ୍ମୋଚିତ ହୋଇଯାଇଛି। ଏଥିରେ ଉଦ୍ଘାଟକ ଭାବେ ନୟାଗଡ଼ର ବିଶିଷ୍ଟ ନାଟ୍ୟକାର ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର ଯୋଗଦାନ କରି କାର୍ଯ୍ୟାଳୟ ଏବଂ ପୁସ୍ତକ ଉନ୍ମୋଚନ କରିଥିବା ବେଳେ କବି ଗୋଦାବରୀଶ ମିଶ୍ର, ନିର୍ମଳ ଶୁରଦେଓ, ପ୍ରାଧ୍ୟାପକ ଉମେଶ ମହାପାତ୍ର, ବସିରନ ବିବି, ଡ଼ ସୁକାନ୍ତି ମହାନ୍ତି, ପ୍ରଭାସିନୀ ବରାଡ଼, ସମାଜସେବୀ ଦାମୋଦର ସାହୁ, ଏମ. ଔରଙ୍ଗଜେବ, ପ୍ରହଲ୍ଲାଦ ପ୍ରଧାନ, ଧିରେନ୍ଦ୍ର ପଟନାୟକ, କାଵଜ୍ଞ ସ୍ଥିତପ୍ରଜ୍ଞ, ଅନୱର ଅଲ୍ଲୀ, ସାମ୍ବାଦିକ ପ୍ରଶାନ୍ତ ଜେନା, ସାମ୍ବାଦିକ ରିତେନ୍ଦ୍ର ଛାଟୋଇ, ଲକ୍ଷ୍ମୀଧର ସାହୁ, ଗୋକୁଳ ଷଡଙ୍ଗୀ, ଜୟେନ୍ଦ୍ର ବେହେରା, ପ୍ରଭାତ ମହାପାତ୍ର, ପ୍ରଦୀପ୍ତ ରଥ, ବିକ୍ରମ ନାୟକ, କାହ୍ନା ସ୍ୱାଇଁ, ସରୋଜ କୁମାର ସାହୁ, ମଦନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ମିଡ଼ିଆ ହାଉସର ପରିଚାଳକ ହରିଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ ତଥା ସହିତ୍ୟିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ନୟାଗଡ଼ ଦର୍ପଣର ଜିଲ୍ଲା ପ୍ରତିନିଧି ଯଯାତି କେଶରୀ ମହାପାତ୍ର ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.