ମେଲଛାମୁଣ୍ଡା,୨୦/୩(ମନୋଜ ଭୋଇ)- ବରଗଡ ଜିଲ୍ଳା ଝାରବନ୍ଧସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠାର ୨୩ତମ ବାର୍ଷିକି ଉତ୍ସବ ଅବସରରେ ଷୋହଲ ପ୍ରହରୀ ନାମଯଜ୍ଞ ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଯଜ୍ଞର ଆଦ୍ୟ ପର୍ବ କଲସ ଶୋଭାଯାତ୍ରା ଶନିବାର ଦିନ ମହାସମାରୋହରେ ପାଳିତ ହୋଇଥିଲା । ଗ୍ରାମର ବଡ ବନ୍ଧର ପୁର୍ନରୁଦ୍ଧାର କାର୍ଯ୍ୟ ପାଇଁ ପୋଖରିଟି ଶୁଖିଲା ପଡିଥିବା ବେଳେ ପବିତ୍ର ପିଠ ନୃସିଂହନାଥ ଝରଣା ୧୦୮ ଜଳ ପୂର୍ଣ୍ଣ କଳସ ନେଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ପୂଜା କର୍ତା ଆରଦ୍ରା ବାଗ ଏବଂ ତାଙ୍କ ଧର୍ମ ପତ୍ନୀ ସୁମିତ୍ରା ବାଗ ଙ୍କ ଉପସ୍ଥିତିରେ ପଣ୍ଡିତ ଝସକେତନ ନନ୍ଦ, ସନାତନ ନନ୍ଦ, ନଲମଣି ତ୍ରିପାଠି, ମହେନ୍ଦ୍ର ମହାପାତ୍ର, ଝସକେତନ ପଣ୍ଡା ପ୍ରମୁଖ ପଣ୍ଡିତଙ୍କ ମନ୍ତେ୍ରାଚାରଣରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବା ସହ ମହାମନ୍ତ୍ର ହରେ ରାମ ହରେ କୃଷ୍ଣ ର ଆରମ୍ଭ ହୋଇଥିଲା । ତିନି ଦିନ ବ୍ୟାପି ମହାମନ୍ତ୍ରଟିକୁ ଉଚ୍ଚାରଣ କରିବା ପାଇଁ ଚନ୍ଦନଭାଟି ମହିଳା ଉଦଣ୍ଡ, ଗୋଇଦାଦର ପୁରଷ ଉଦଣ୍ଡ, ମୁଣ୍ଡାପାଲି ମହିଳା ରଙ୍ଗିନ, ଘୁଚାପାଲି ପୁରୁଷ ରଙ୍ଗିନ, ଅଡାପାଣି ମହିଳା ଉଦଣ୍ଡ, ଗଉଡମାଲ ମହିଳା ଉଦଣ୍ଡ, ଝାରବନ୍ଧସ୍ଥିତ ସ୍ଥାନୀୟ ଜୟ ହିନ୍ଦ ଉଦଣ୍ଡ ସଂକିର୍ତନ, ନିମାଇଁ ଚୈତନ୍ୟ ମହିଳା ଉଦଣ୍ଡ, ରାଧାମାଧବ ପୁରୁଷ ରଙ୍ଗିନ, ଜୟ ଶ୍ରୀ ରାଧେ ମହିଳା ଉଦଣ୍ଡ ସଂକିର୍ତନ୍ୟ ଦଳ ସବୁ ଯୋଗ ଦେଇଥିଲେ । ଯଜ୍ଞଟି ମନ୍ଦିର କମିଟି ସଭାପତୀ ଦୁର୍ଗାପ୍ରସାଦ ଅଗ୍ରଓାଲ, ସଂପାଦକ ମାନଭଂଜନ ବେହେରା ଓ ଉପେନ୍ଦ୍ର ସାହୁଙ୍କ ପ୍ରତକ୍ଷ ତତ୍ୱାବଧାନରେ ହୋଇଥିବା ବେଳେ ଅମୃତଲାଲ ବନଛୋର, ଜଗଦିଶ ସାହୁ, ବିନୋଦ ବିହାରୀ ସାହୁ, ମୋହନ ପଧାନ, ଦୟାନିଧି ବାଗ, କୌରବ ପଧାନ, ନିଲମଣି ବାଗ, ସୁଭେନ୍ଦୁ ସାହୁ ଓ ଗ୍ରାମବାସୀ ସହଯୋଗ କରିଥିଲେ । ଯଜ୍ଞଟିକୁ ଦର୍ଶନ ପାଇଁ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପହଂଚିଥିଲେ । କମଟି ତରଫରୁ ଭକ୍ତ ମାନଙ୍କ ପାଇଁ ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଥିଲା । ସୋମବାର ସଂଧ୍ୟାରେ ଯଜ୍ଞର ପୂର୍ଣ୍ଣହୁତୀ ପଡିବା ସହ ରାଧାକୃଷ୍ଣଙ୍କ ଯୁଗଲ ମୂର୍ତିକୁ ବର୍ଣ୍ଣଢ୍ୟ ଶୋଭାଯାତ୍ରରେ ଗ୍ରାମ ପରିକ୍ରମା କରାଯାଇଥିଲା । ଗ୍ରାମର ପ୍ରତ୍ୟେକ ଘର ସମ୍ମୁଖରେ ଦୀପ କଳସ ବସାଇ ମୂର୍ତି ଯଗଲଙ୍କୁ ମହିଳାମାନେ ପୂଜା କରି ଆର୍ଶିବାଦ ଭିକ୍ଷା କରିଥିଲେ । ଲୋକଙ୍କ ଭକ୍ତି ଆବେଗକୁ ଏତେ ବଢିଯାଇଥିଲା ଯେ ଝାରବନ୍ଧ ଗ୍ରାମରେ ତିନି ଦିନ ପାଇଁ ଗୋପପୁରର ଭ୍ରମ ସୃଷ୍ଟି କରିଥିଲା ।
Sign in
Sign in
Recover your password.
A password will be e-mailed to you.