ସାତ ବରିଷ୍ଠ ନେତାଙ୍କୁ ସାଙ୍ଗଠନିକ ଦାୟିତ୍ୱ 

0

ଭୁବନେଶ୍ୱର :  ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ବରିଷ୍ଠ  ପର୍ଯ୍ୟବେକ୍ଷକ ଭାବେ ସାଂସଦ  ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନିଯୁକ୍ତ କରିଥିବା ବେଳେ ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ  ପ୍ରତାପ ଜେନାଙ୍କୁ ଅତିରିକ୍ତ ଭାବେ ଜଗତସିଂହପୁର ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ଏବଂ ଢେଙ୍କାନାଳ ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକଙ୍କୁ ଦାୟିତ୍ୱ ଦେଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ନିଯୁକ୍ତ କରିଥିବା ବେଳେ ଦଳର ରାଜ୍ୟ ସାଧାରଣ ସଂପାଦକ ଭାବେ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଭାବେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଜଗତସିଂହପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ବାଲିକୁଦା-ଏରସମା ବିଧାୟକ  ପ୍ରଶାନ୍ତ ମୁଦୁଲିଙ୍କୁ ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ଦିଆଯାଇଥିବା ଏ ସଂପର୍କିତ ଆଦେଶନାମାଗୁଡିକୁ ବାଦ୍‍ ଦେଇ ଉପରୋକ୍ତ ନିଯୁକ୍ତି କାର୍ଯ୍ୟ କରିବ ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ପ୍ରଶାନ୍ତ ନନ୍ଦ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି । 

 

Leave A Reply

Your email address will not be published.