ବରଗଡ -ବରଗଡ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଓ ଏସପି ପିଏସ ମୀନା ଗତ କାଲି ୨୦ତାରିଖରେ ଝାରବନ୍ଧ ଠାରେ ଯୁଗ୍ମ ଅଭିଯୋଗ ଜନ ଶୁଣାଣୀରେ ଯୋଗଦାନ କରିଥିଲେ।ଗ୍ରାମାଂଚଳରୁ ଲୋକମାନେ ଆସି ଜିଲ୍ଲାପାଳଙ୍କୁ ଜଣାଇଥିଲେ।ବିଲାସପୁର ଗ୍ରାମ ପଂଚାୟତ ଗଣ୍ତପରା ଗ୍ରାମର ରାଜେନ୍ଦ୍ର ସାହୁଙ୍କ ଜାଲ ଦସ୍ତଖତରେ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଝାରବନ୍ଧ ଶାଖାରୁ ହରେକୃଷ୍ଣ ପ୍ରଧାନ ନାମକ ଜନୈକ ବ୍ୟକ୍ତି ୩୦ ହଜାର ଟଙ୍କା ଉଠାଣ କରିଥିଲା।ସଂପୃକ୍ତ ବ୍ୟାଙ୍କର କେତେକ କର୍ମଚାରୀ ସହ ମିଶି ନିରୀହ ଲୋକମାନଙ୍କର ଟଙ୍କା ଉଠାଣ କରୁଥିଲେ। ଜିଲ୍ଲାପାଳ ଅଭିଯୋଗ ପାଇ ତୁରନ୍ତ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ବିଳମ୍ବିତ ରାତ୍ରରେ ପୋଲିସ ହରେକୃଷ୍ଣ ପ୍ରଧାନ ଘରରେ ଚଢାଉ କରି ତାକୁ ଗିରଫ କରିଥିଲେ।୨୧ରେ ତାକୁ କୋର୍ଟ ଚାଲାଣ କରାଯାଇଛି।ଝାରବନ୍ଧ ଶାଖାରେ ଏମିତି ଘଟଣା ବାରମ୍ବାର ହେଉଛି।ତେଣୁ ଶାଖା ପରିଚାଲକ ଓ ଅନ୍ୟ କର୍ମଚାରୀଙ୍କ ସଂପୃକ୍ତିକୁ କେହି ଅସ୍ବୀକାର କରି ପାରିବେ ନାହିଁ।କାଲି ଅଭିଯୋଗ ଆଜି କାର୍ଯ୍ୟାନୁଷ୍ଠାନ ଫଳରେ ଅଂଚଳବାସୀ ପ୍ରଶାସନ ପ୍ରତି ଆସ୍ଥା ଫେରିଛି।
Sign in
Sign in
Recover your password.
A password will be e-mailed to you.