ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଦଶମ ଶ୍ରେଣୀ SA-2 ପରୀକ୍ଷା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରୋଦୋଷ କୁମାର ନାଇକଙ୍କ ପ୍ରତ୍ୟକ୍ଷ ତତ୍ୱାଧୀନରେ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଛି।
ଜିଲ୍ଲାର ଚାରୋଟି ନୋଡାଲ କେନ୍ଦ୍ରରୁ ପ୍ରଶ୍ନ ପତ୍ର ପରୀକ୍ଷା ଦିନ ଗୁଡିକରେ ଜିଲ୍ଲା ପ୍ରଶାସକଙ୍କ ଦ୍ୱାର ନିୟୋଜିତ executive ମାଜିଷ୍ଟ୍ରେଟ ମାନଙ୍କ ଉପସ୍ଥିତିରେ ଓ ପୋଲିସ ପ୍ରୋଟେକ୍ସନ ସହ ନିର୍ଧାରଣ ସମୟ ମଧ୍ୟରେ ୩୫ ଗୋଟି ପରୀକ୍ଷା କେନ୍ଦ୍ରରେ ଡିସ୍ପାଚ ଟିମ୍ ଦ୍ୱାରା ପହଂଚି ପାରିଥିଲା।
ପରୀକ୍ଷା ଦେବା ପାଇଁ ୭୩୧୨ ଛାତ୍ରୀ /ଛାତ୍ର ଫୋରମ ପୂରଣ କରିଥିବା ବେଳେ ୭୦୬୭ ଜଣ ପରୀକ୍ଷାରେ ଉପସ୍ଥିତ ଥିଲେ ଓ ୨୪୫ ଜଣ ଅନୁପସ୍ଥିତ ଥିଲେ।
ଠିକ୍ ସେହିପରି SOSC ପରୀକ୍ଷା ଦେବାପାଇଁ ୧୦୪ ଜଣ ଫୋରମ ପୂରଣ କରିଥିବା ବେଳେ ୯୫ ଜଣ ପରୀକ୍ଷା ଦେଇଛନ୍ତି ଓ ୯ ଜଣ ଅନୁପସ୍ଥିତ ରହିଥିଲେ। ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ର ସହିତ ୧୫ ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ଯୋଗାଇବା ପାଇଁ ସଲଗ୍ନ କରାଯାଇଥିଲା।
ଏହି ନୋଡାଲ କେନ୍ଦ୍ରର ସେଣ୍ଟର ସୁପେରିଣ୍ଟାଣ୍ଡେଣ୍ଟ ଡ଼ି. ଶ୍ରୀରାମ ମୁର୍ତ୍ତି , ଡେପୁଟି ନୋଡାଲ ସୁପେରିଣ୍ଟେଣ୍ଡେଣ୍ଟ ୟ. ଧର୍ମା ରାଓ , ଡେପୁଟି ସେଣ୍ଟରେସୁପେରିଣ୍ଟାଣ୍ଡେଣ୍ଟ ଏମ. ସତ୍ୟ ନାରାୟଣା ଓ ପ୍ରଯ୍ୟବେକ୍ଷକ ତଥା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଯାଜପୁର ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ ନିଜର କାର୍ଯ୍ୟ ତୁଲାଇ ଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ପରୀକ୍ଷା ପରିଚାଳନା ଦାୟିତ୍ୱରେ ରହିଥିଲେ ଗୌରୀ ଶଙ୍କର ଚୌଧୁରୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପୋଲୁ ରବି କୁମାର।
Sign in
Sign in
Recover your password.
A password will be e-mailed to you.
Prev Post