ଭୁବନେଶ୍ୱର, ୨୦/୦୩: କୃଷକମାନଙ୍କୁ ଜଳବାୟୁ ପରିବର୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ସାମାଜିକ ଉଦ୍ୟୋଗ ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ୍ସ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା)-ଆଇସିଡ୍ ଫାଉଣ୍ଡେସନ୍, ପେସ୍ ଫାଉଣ୍ଡେସନ୍ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଭାବେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଷ୍ଟାର୍ଟଅପ୍ କନ୍କ୍ଲେଭ୍ ରବିବାର ଉଦ୍ଯାପିତ ହୋଇଛି ।
କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ, ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତୀତରେ ଭାରତର ସମୃଦ୍ଧ ଅର୍ଥନୀତି ଉପରେ ବିସ୍ତୃତ ଭାବେ ସୂଚନା ଦେବା ସହ ଷ୍ଟାର୍ଟଅପ୍ଗୁଡ଼ିକ ଉପଯୁକ୍ତ ବ୍ୟବସାୟ ମଡେଲ୍ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମ୍ବିତ ତ୍ରିପାଠୀ, ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଷ୍ଟାର୍ଟଅପ୍ କନ୍କ୍ଲେଭ୍ରେ କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ଦେଶର ୬୦ ଟି ଷ୍ଟାର୍ଟଅପ୍ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ମଧ୍ୟ ୧୦ଟି ଷ୍ଟାର୍ଟଅପ୍ ସାମିଲ ହୋଇଥିଲେ । ଓଡ଼ିଶାର ୬୫ଟି ବ୍ଲକ୍ରୁ ୩୦୦ ଚାଷୀ ଏହି କନ୍କ୍ଲେଭ୍ରେ ଯୋଗ ଦେଇଥିଲେ । କନ୍କ୍ଲେଭର ବିଷୟବସ୍ତୁ ଥିଲା “ଚିନ୍ତାଧାରାରୁ ବ୍ୟବସାୟୀକରଣ” ।
Sign in
Sign in
Recover your password.
A password will be e-mailed to you.