ନୟାଗଡ଼,୨୦/୩: ଗତ ୨୦୧୭ ମସିହା ଜୁନ ୧୯ ତାରିଖରେ ନୟାଗଡ଼ ଟାଉନ ରେଳ ଷ୍ଟେସନ ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଦ୍ୱାରା ଅଭାସୀ ମାଧ୍ୟମରେ ଉଦଘାଟିତ ହୋଇଥିଲା। ନୂଆଦିଲ୍ଲୀରେ ରେଳମନ୍ତ୍ରୀ ଅଭାସୀ ଜରିଆରେ ଉଦଘାଟନ କରିଥିବା ବେଳେ ନୟାଗଡ଼ ଟାଉନ ଷ୍ଟେସନରେ ହିଁ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ସମେତ ରେଳ ବିଭାଗର ପଦସ୍ଥ କର୍ମଚାରୀ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ। ସେତେବେଳେ ନୟାଗଡ଼ ଏବଂ ପୁରୀ ମଧ୍ୟରେ ଦୁଇଟି ପାସେଞ୍ଜର ଟ୍ରେନ ଚଳାଚଳ କରୁଥିଲା। ଭୂମି ପତନ ଠାରୁ ପ୍ରାୟ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଷ୍ଟେସନ ପ୍ଲାଟଫର୍ମକୁ ମାଟିରେ ପୋତି ତିଆରି କରାଯାଇଥିଲା। ତେବେ ୫ବର୍ଷ ତଳୁ ତିଆରି ଏହି ପ୍ଲାଟଫର୍ମର ମାଟି ଦବିବା ଆରମ୍ଭ କଲାଣି। ଫଳରେ ପ୍ଲାଟଫର୍ମରେ ଫାଟ ସୃଷ୍ଟି ହେବା ସହିତ ଏଥିରେ ବିଛା ଯାଇଥିବା ଟାଇଲ ଗୁଡ଼ିକର ଗୋଟିଏ ପାର୍ଶ୍ଵ ଦବି ଯାଇଛି । ରେଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ମରାମତି କରିବା ପାଇଁ ସାଧାରଣ ରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.