କୋଟିଏ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କଲେ ଅରୁଣ

0 2

ନୟାଗଡ଼ (ବିଶ୍ଵଜିତ ନାୟକ) – ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବିରୁଡ଼ାରେ ଆଜି କୋଟିଏ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦୁଇଟି ପ୍ରକଳ୍ପ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶିଳାନ୍ୟାସ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୬୨ ଲକ୍ଷ ଟଙ୍କା ବ୍ୟୟରେ ବିରୁଡ଼ା ଆରଆଇ ସେଣ୍ଟର ପାଇଁ ଶିଳାନ୍ୟାସ କରାଯାଇଥିବା ବେଳେ ପୂର୍ତ୍ତ ବିଭାଗ ୩୮ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ବିରୁଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବହୁ ଉପଯୋଗୀ ଗୃହକୁ ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ଗଙ୍ଗାଧର ପଣ୍ଡା, ତହସିଲଦାର ଭିକାରୀ ସାହୁ, ଆରଡି ଏସଡିଓ ସସ୍ମିତା ମୁଣ୍ଡରି, ଯନ୍ତ୍ରୀ ସଞ୍ଜୀବ କୁମାର ରଥ ପ୍ରମୂଖ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ଅନୁଷ୍ଠିତ ସଭାରେ ନୟାଗଡ଼ ବିଧାୟକ ଡ. ସାହୁ ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିବା ବେଳେ ବିରୁଡ଼ା ବାସୀଙ୍କ ଭଲପାଇବା ପାଇଁ ଏହା ସମ୍ଭବ ହୋଇଥିବା କହିଥିଲେ । ମହିଳାଙ୍କ ହାତରେ ଶାସନ କ୍ଷମତା ଦେଇ ବିରୁଡ଼ା ଆଜି କାଶ୍ମିରୀଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ନୟାଗଡ଼ ବିକାଶ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଅହରହ ସଂଗ୍ରାମ ଜାରି ରହିବ ବୋଲି ବିଧାୟକ କହିଛନ୍ତି । ବିରୁଡ଼ା ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମିତି ସଭ୍ୟା ଶୁଭଲକ୍ଷ୍ମୀ ସାହୁ, ନାଏବ ସରପଞ୍ଚ ସସ୍ମିତା ବିଶ୍ୱାଳ ପ୍ରମୂଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.