ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ୪ଗୋଟି ରାସ୍ତାର ଶୁଭ ଶିଳାନ୍ୟାସ କଲେ ବିଧାୟକ ପ୍ରତାପ ଜେନା

0 2

https://youtu.be/iP6I3IdogSg

ହଜାର ହଜାର ଜନସାଧାରଣ ହେବେ ଉପକୃତ 

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ଲୋକମାନଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଓ ବରାଦୋ ଗ୍ରାମ ପଂଚାୟତ ଅଂଚଳରେ ୪ଟି ରାସ୍ତାର ଶୁଭ ଶିଳାନ୍ୟାସ କରିଛନ୍ତି । ବିଧାୟକ ଶ୍ରୀ ଜେନାଙ୍କୁ ଏକ ବିରାଟ ବାଇକ ରାଲି ଶୋଭାଯାତ୍ରାରେ କେନ୍ଦୁପାଟଣା ଛତରକ । ବଜାରରୁ ବହୁ ବିଜେଡ଼ି କର୍ମୀ ଏବଂ ଗ୍ରାମବାସୀମାନେ ପାଛୋଟି ନେଇଥିଲେ । ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଜିଗ୍ନୀପୁର ଗ୍ରାମ ପଂଚାୟତ ସାହାରେଇ ଛକ ଖଣ୍ଡଗାଁ ଠାରୁ ରସୁଲପୁର ରାସ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଜିଗ୍ନୀପୁର ଖଣ୍ଡଗାଁ ନଟରା ଠାରୁ ରାମକୃଷ୍ଣପୁର ଭାୟା ମହାଜନପୁର ଲାଲବାଗ ସ୍କୁଲ ଠାରୁ ରାମକୃଷ୍ଣପୁର ଗ୍ରାମ ଅର୍ଜୁନ ମାହାରା ପାଟପୁର ଠାରୁ ଜଗନ୍ନାଥପୁର ରସୁଲପୁର ରାସ୍ତା, ବରାଦୋ ଗ୍ରାମ ପଂଚାୟତ ପାଟପୁର ଛକ ଠାରୁ ରାଇସୁଙ୍ଗୁଡ଼ା ଭାୟା କାଜିହାଟ ରାସ୍ତା , ପାଟପୁର କେନ୍ଦୁପାଟଣା ଛକ ଠାରୁ ରାଇସୁଙ୍ଗୁଡ଼ା ଭାୟା କାଜିହାଟ ରାସ୍ତା ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରିଥିଲେ ମୁଖ୍ୟଅତିଥି ବିଧାୟକ ପ୍ରତାପ ଜେନା । ଏହି ରାସ୍ତା ହେବା ଦ୍ୱାରା ଆଖପାଖ ଅ ଳର ବହୁ ପ ।ୟତର ହଜାର ହଜାର ଜନସାଧାରଣ, ସ୍କୁଲ, କଲେଜ ଛାତ୍ର ଛାତ୍ରୀ ଗମନାଗମନ ସୁବିଧା ପାଇପାରିବେ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହି ୪ଗୋଟି ରାସ୍ତା ନିର୍ମାଣ ହେବା ପାଇଁ ସରକାରୀ ରାଜ୍ୟ ରାଜକୋଷରୁ ୧୪କୋଟିରୁ ଉର୍ଧ୍ଵ ଟଙ୍କା ମଞ୍ଜୁର କରାଯାଇଥିଲା ବେଳେ ଲୋକମାନଙ୍କ ପାଇଁ ରାସ୍ତା କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରିବା ପାଇଁ ବିଧାୟକ ପ୍ରତାପ ଜେନା ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସହ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡ଼ି ଉପସଭାପତି ଗିରିଶରଂଜନ ମହାପାତ୍ର, ସରପଂଚ ତିଳୋତମା ରାଉତ, ଯୁବନେତା ଜ୍ଞାନରଂଜନ ରାଉତ, ନୃସିଂହଚରଣ ବିଶ୍ୱାଳ, ପ୍ରମୋଦ ସ୍ୱାଇଁ, ସମାଜସେବୀ ବ୍ରଜମୋହନ ପଣ୍ଡା, ଛାତ୍ର ନେତା ସତ୍ୟଜିତ୍ ମହାପାତ୍ର, ସୁଶାନ୍ତ ନାୟକ ଙ୍କ ସମେତ ବହୁ ବରିଷ୍ଠ ମୁରବୀ, ବିଜୁ ଜନତା ଦଳ କର୍ମୀ ଏବଂ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.