ରାଉରକେଲା(ବସନ୍ତ କୁମାର ଜେନା) : ୪୩ ଲକ୍ଷ ଟଙ୍କାର ଚୋରା କସମେଟିକ୍ସ ସାମଗ୍ରୀ ରାଉରକେଲା ପୋଲିସ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଏହି ସନ୍ଦର୍ଭରେ ପୋଲିସ ଟ୍ରକ ମାଲିକଙ୍କୁ ଗିରଫ କରିବା ସହ ଟ୍ରକ ଜବତ କରିଛନ୍ତି। ଏହା ସହ ଚୋରା ସାମଗ୍ରୀ ବିକ୍ରି କରିବା ପ୍ରକ୍ରିୟାରେ ବ୍ୟବହୃତ ଗୋଟିଏ ସ୍କରୋପିଓ ଗାଡି ଏବଂ ଗୋଟିଏ କାର ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ନଗଦ ୬୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ବିହାର ପାଟନା ଜିଲ୍ଲାରୁ ବିଭିନ୍ନ ସାମଗ୍ରୀ ଯାଉଥିଲା ଝାରଖଣ୍ଡର ରାମଗଡ଼ କେଣ୍ଟିନ ଡିପାର୍ଟମେଣ୍ଟ କୁ। ଚଞ୍ଚକତା କରି ଟ୍ରକ ଡ୍ରାଇଭର ଧିରଜ କୁମାର ଯିଏକି ଗାଡିର ମାଲିକ ଟ୍ରକକୁ ରାଉରକେଲା ନେଇ ଆସିଥିଲା। ଉଦ୍ଦେଶ୍ୟ ଥିଲା ପର୍ଯ୍ୟାୟକ୍ରମେ ସମସ୍ତ ସାମଗ୍ରୀକୁ ବିଭିନ୍ନ ବ୍ୟବସାୟୀଙ୍କୁ ବିକ୍ରି କରିବା। ପାଟନା ପୋଲିସ ଠାରୁ ସୂଚନା ପାଇ ରାଉରକେଲା ଏସ ପି ମୁକେଶ କୁମାର ଭାମୁ ଟ୍ରକକୁ ଠାବ କରିବାକୁ ଏକ ସ୍କ୍ୱାର୍ଡ ଗଠନ କରିଥିଲେ । ରଘୁନାଥପାଲି ପୋଲିସ ତଦନ୍ତ କରି ଟ୍ରକ ମାଲିକ ସମେତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନା ପାଇ ପାଟନା ପୋଲିସ ମଧ୍ୟ ଆସି ରାଉରକେଲାରେ ପହଞ୍ଚିଛନ୍ତି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ଏସ୍ ପି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.