କାମାକ୍ଷାନଗର/ରିତେଶ ବ୍ରହ୍ମା – ଏକ ଅଭିଯୋଗ ଆଧାର ରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନା ଓ ଦିପକ କୁମାର ମିଶ୍ର ମିଳିତ ଭାବେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟ +୨ ଓ +୩ କୁ ଅଚାନକ ପରିଦର୍ଶନ ରେ ଯାଇଥିଲେ।ଅଭିଯୋଗ ଥିଲା ଯେ ଅଧିକାଂଶ ସମୟରେ ଅଧ୍ୟାପିକା ମାନେ ମହାବିଦ୍ୟାଳୟ ଆସି ନପଢ଼ାଇ ମୋଟା ଅଙ୍କର ଦରମା ନେଉଛନ୍ତି। ଏହି ଅଭିଯୋଗ କୁ ଆଧାର କରି ସହକାରୀ ଜିଲ୍ଲାପାଳ ଦ୍ବୟ ଦୁଇ ମହାବିଦ୍ୟାଳୟ କୁ ଅଚାନକ ପରିଦର୍ଶନ ଯାଇ ବାୟୋମେଟ୍ରିକ ଚାଲୁନଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ବାୟୋମେଟ୍ରିକ୍ ଯଥାଶୀଘ୍ର ଚାଲୁ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଉପସ୍ଥାନ ଖାତା ରେ ଆଗମନ ଓ ପ୍ରସ୍ଥାନ ସମୟ ଉଲ୍ଲେଖ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କେହି ଅଧ୍ୟାପିକା ଛୁଟି ରେ ରହିଲେ ଦରଖାସ୍ତ ଦେଇ ଛୁଟି ମଞ୍ଜୁର ପାଇଁ ଅନୁମତି କର୍ତ୍ତୃପକ୍ଷ ଙ୍କ ଠାରୁ ନେବା ପାଇଁ କହିଥିଲେ। ଛାତ୍ରୀ ମାନଙ୍କର ଭବିଷ୍ୟତ କୁ ନେଇ ନିୟମିତ କ୍ଲାସ୍ କରିବା ଓ ପରୀକ୍ଷା ସବୁ ସଠିକ୍ ଭାବରେ ପରିଚାଳନା କରିବାକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିରେ କୌଣସି ତୃଟି ହେଲେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମ୍ବାଦିକଙ୍କୁ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.