କାମାକ୍ଷାନଗର/ରିତେଶ ବ୍ରହ୍ମା -ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବାଟଗାଁ ସ୍ଥିତ ଏକ ଦଳିତ ବସ୍ତି ର ପ୍ରଶାନ୍ତ ନାଏକ ଙ୍କ ତିନି ବଖରା ଘର ଜଳି ଯାଇଛି l ସୂଚନା ଅନୁଯାୟୀ ଗତକାଲି ପରିବାର ର ସଦସ୍ୟ ମାନେ ଯାତ୍ରା ଦେଖିବା ପାଇଁ କୁସୁମୁଣ୍ଡିଆ ଗ୍ରାମ କୁ ଯାଇଥିଲା ବେଳେ କୌଣସି କାରଣ ବଶତଃ ଘରେ ଅଗ୍ନିକାଣ୍ଡ ହୋଇ ସମସ୍ତ ତିନି ବଖରା ଘର ସହ ଆସବାବପତ୍ର, ବାସନକୁସନ, ଅନ୍ୟାନ୍ୟ ସମସ୍ତ ଆବଶ୍ୟକୀୟ କାଗଜ ପତ୍ର ସମ୍ପୂର୍ଣ ଭାବେ ଜଳି ଯାଇଛି l ସ୍ଥାନୀୟ ଲୋକ ଙ୍କ ଠାରୁ ଖବର ପାଇ କାମାକ୍ଷାନଗର ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ l ଏହି ସମ୍ପର୍କ ରେ ଖବର ପାଇ ସ୍ଥାନୀୟ ସରପଞ୍ଚ ଓ ଆରଆଇ ଘଟଣା ସ୍ଥଳ ରେ ପହଞ୍ଚି ଅଗ୍ନି ବିପ୍ପନ ପରିବାର କୁ ପାଲ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି l ଅଗ୍ନିକାଣ୍ଡ ର ଶିକାର ହୋଇଥିବା ପରିବାର ଟି ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବା ରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣ ରେ ଦାବି ହୋଇଛି l ତେବେ ଅଗ୍ନିକାଣ୍ଡ କିଭଳି ଘଟିଲା ସେ ସମ୍ପର୍କ ରେ ଜଣା ପଡି ନଥିଲା ବେଳେ ବିଦ୍ୟୁତ ସଟସର୍କିଟ କୁ ନେଇ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି
Sign in
Sign in
Recover your password.
A password will be e-mailed to you.