ଜଳୁଛି ଜଙ୍ଗଲ, ଢୁଳାଉଛି ବନବିଭାଗ

0

କାମାକ୍ଷାନଗର/ରିତେଶ ବ୍ରହ୍ମା(15/3) : କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ରେ ଦୀର୍ଘ ସମୟ ଧରି ଜଳୁଛି ଜଙ୍ଗଲ | ୫୩ ନଂ ଜାତିୟରାଜପଥ ରାସ୍ତା କଡରେ ଥିବା ବାଉଁଶପାଳ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ନିଆଁ ଜଳୁଛି |ତେବେ ଆଜି ଅପରାହ୍ନ ରେ କୌଣସି କାରଣ ରୁ ନିଆଁ ଲାଗି ଥିବା ବେଳେ,ଦୀର୍ଘ ସମୟ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଓ ଔଷଧ୍ୟ ଗଛ ପୋଡି ଯାଇଥିବା ଦେଖିବାକୁ ମିଳିଛି |ଏହା ସହ ବନ୍ୟଜନ୍ତୁ ଓ ସରୀସୃପ ମାନେ ମଧ୍ୟ ବିପଦ ରେ ପଡୁଛନ୍ତି |ତେବେ ଏହି ଜଙ୍ଗଲ ଟି ରେଞ୍ଜ କାର୍ଯ୍ୟଳୟ ଠାରୁ ମାତ୍ର ୫ କିମି ଦୂର ହୋଇଥିବା ବେଳେ,ବନ ବିଭାଗ ର ଖାମଖିଆଲି ମନ ଭାବ ଦେଖିବାକୁ ମିଳିଛି|ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସରକାର ରାଜକୋଷ ରୁ କୋଟି କୋଟି ଟଙ୍କା ବ୍ୟୟ ହେଉଛି |ଏଥିପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ମଜବୁତ ଥିବା ବେଳେ, ବ୍ୟପକ ନିଆଁ ଲିଭାଳି ମଧ୍ୟ ନିଯୁକ୍ତି ହୋଇଛନ୍ତି | ଏପରିକି ନିଆଁ ଲାଗିବା ମାତ୍ରେ ଅଧିକାରୀଙ୍କ ମୋବାଇଲକୁ ସେଟଲାଇଟରୁ ତୁରନ୍ତ ମେସେଜ ଯିବା ବ୍ୟବସ୍ଥା ମଧ୍ୟ ଅଛି। କିନ୍ତୁ ଏହି ନିଆଁ କୁ ଆୟତ୍ତ କରିବାପାଇଁ କୌଣସି ବ୍ୟବସ୍ଥା ମଧ୍ୟ କରାଯାଉନାହିଁ। ଯଦି ରେଞ୍ଜ ନିକଟବର୍ତ୍ତୀ ଅଂଚଳ ରେ ଥିବା ଜଙ୍ଗଲ ରେ ଏହିପରି ଦୀର୍ଘ ସମୟ ନିଆଁ ଲାଗୁଛି, ତେବେ ଦୂର ରେ ଥିବ ପାହାଡା ଜଙ୍ଗଲ ରେ କିପରି ନିଆଁ ଲିଭାଯାଉଥିବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ | ଏହି ନିଆଁ ରେ ଅନେକ ଗଛ ନଷ୍ଟ ହେବା ସହ ଜଙ୍ଗଲ ରେ ଥିବା ବନ୍ୟଜନ୍ତୁ ଓ ସରୀସୃପ ମୃତ୍ୟୁ ମୁଖ ରେ ପଡୁଛନ୍ତି |

Leave A Reply

Your email address will not be published.