କାମାକ୍ଷାନଗର/ରିତେଶ ବ୍ରହ୍ମା- ସରକାରଙ୍କ ଦ୍ବାରା ଶର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଅଧ୍ୟୟନ କରୁଥିବା ଶାରିରିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ କରାଯାଇଛି। କାମାକ୍ଷାନଗର ସାରଙ୍ଗଧର ଉଚ୍ଚବିଦ୍ୟାଳୟ ପରିସରରେ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରି ଯୋଗଦେଇଥିଲେ। ଏହା ସହ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଆଜି ମୋଟ ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ କରିବା ପାଇଁ ଲକ୍ଷ ରଖିଥିବା ବେଳ ଆଜି ଡ୍ରାଇଭରଙ୍କ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ଯୋଗୁ ପ୍ରାୟ ୭୫ ପ୍ରତିସତ ଛାତ୍ରଛାତ୍ରୀ ଆସିଛନ୍ତି। ଏଠି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମୁଖ୍ୟତ ମାନଶିକ ବିକାର ଗ୍ରସ୍ତ,ଅନ୍ଧ, ଛୋଟା, କାଲା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ର ଉପକରଣ ଗୁଡିକ ବଣ୍ଟନ କରାଯାଇଛି। ଏହା ସହ ଏଠାକୁ ଆସିଥିବ କାମାକ୍ଷାନଗର, ପରଜଙ୍ଗ ଓ କଙ୍କଡାହାଡ ବ୍ଲକର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପାଇଁ ଖାଇବା ଓ ଯିବାଆସିବା ଖଚ୍ଚ ମଧ୍ୟ ବିଭାଗୀୟ ତରଫରୁ ବହନ କରାଯିବା ବ୍ୟବସ୍ଥା କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post