ଭୁବନେଶ୍ୱର , ୧୫/ ୦୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଏବଂ କଟକ ସ୍ଥିତ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଇନ୍ଟର୍ଣ୍ଣସିପ୍ର ସୁଯୋଗ, ଫ୍ୟାକଲ୍ଟି ଏବଂ ଷ୍ଟାଫ୍ ଡେଭଲପ୍ମେଂଟ କାର୍ଯ୍ୟକ୍ରମ ଏବଂ ପାଠ୍ୟକ୍ରମର ଗୁଣବତାକୁ ବୃଦ୍ଧି କରିବା ନିମନ୍ତେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଏବଂ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଗୃହବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଇନ୍ଦୁରେଖା ମହାପାତ୍ରଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ଭିତିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ମଧ୍ୟ ଏହି ବୁଝାମଣାର ଅନ୍ୟ ଏକ ଉଦ୍ଦେଶ୍ୟ ।
ଏହି ଅବସରରେ ଏସ୍ଏଚ୍ଏମ୍ ପକ୍ଷରୁ ପ୍ରଫେସର ସୁଶାନ୍ତ ରଞନ ଚଇନି, ଡକ୍ଟର ଅଂଶୁମାନ ସାମଲ୍, ଡକ୍ଟର ସସ୍ମିତା ମହାନ୍ତି, ଡକ୍ଟର ପାର୍ଥସାରଥି ପାତ୍ର, ଡକ୍ଟର ପବିତ୍ର ମୋହନ ମହାନ୍ତି ଏବଂ ଡକ୍ଟର ଲଲାଟ ଇନ୍ଦୁ ମିଶ୍ର ଉପସ୍ଥିତ ଥିବା ବେଳେ ଶୈଳବାଳା ମହାବିଦ୍ୟାଳୟ ପକ୍ଷରୁ ଗୃହବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡକ୍ଟର ଅଜନ୍ତା ନାୟକ ଉପସ୍ଥିତ ଥିଲେ ।
ଏହି ଅବସରରେ ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶିକ୍ଷଣ ଏବଂ ବିକାଶ ନିମନ୍ତେ ଆଲୋଚନା ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.