ପ୍ରଶାନ୍ତ ମୁଦୁଲି ଏବଂ ବିଷ୍ଣୁଙ୍କ ଜଳିଲା କୁଶ ପୁତ୍ତଳିକା

0

ତିର୍ତ୍ତୋଲ -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ-ପାରାଦ୍ବୀପ ରାସ୍ତାର ମଣିଜନ୍ଗା ଗଣେଶ ମଣ୍ଡପ ନିକଟରେ ଅପରାହ୍ନ ସାଢେ ୪ଟା ସମୟରେ ପାରାଦ୍ବୀପ ବିଧାୟକ ଡଃ ଦାମୋଦର ରାଉତଙ୍କ ସମର୍ଥକ ମାନେ ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା,ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ପାରାଦ୍ଵୀପ ବିଧାୟକ ଡଃ ଦାମୋଦର ରାଉତଙ୍କ ବିରୋଧରେ ଶତାଧିକ ବିଜେଡି କର୍ମୀଙ୍କ ସହିତ ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିଯୋଗ କରିଥିଲେ।ଏଥିନେଇ ଏହି କୁଶପୁତ୍ତଳିକା ଦାହ କରାଯାଇଥିବା କୁହାଯାଉଛି।ଏହି କାର୍ଯ୍ୟକ୍ରମରେ ମଣିଜନ୍ଗା ସରପଞ୍ଚ ମମତା ସାହୁ,ସୁର୍ଯ୍ୟନାରାୟଣ ବେହେରା(କାଳିଆ), ଶୁଧାନ୍ଶୁ ଶେଖର ଦାସ,ମନୋଜ ବେହେରା,ରୁପା ନାଥ,ଜଗନ୍ନାଥ ପଣ୍ଡା,ସୁନିତା ସାମନ୍ତରାୟ,ଉପେନ୍ଦ୍ର ମହାନ୍ତି,ଧିରେନ ସ୍ୱାଇଁ,ଅଭୟ ସାହୁ,ସୁବାସ ସୁତାର (କନ୍ଟିକଣ),ଶରତ ଦାସ,ବାବୁନା ସୂତାର,ପବିତ୍ର ମଲ୍ଲିକ, ସନିଲ ନାଥ,ଜିତେନ ନାଥ,ବିକାସ ଦାସଙ୍କ ସମେତ ଶତାଧିକ ଦାମ ସମର୍ଥକ ଯୋଗଦେଇ କୁଶପୁତ୍ତଳିକା ଦାହ କରିଥିଲେ।

Leave A Reply

Your email address will not be published.