ସାମ୍ବାଦିକ ଭବନରେ ଗଣେଶ ପୂଜା ଓ ବନ୍ଧୁ ମିଳନ

0

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସାମ୍ବାଦିକ ଭବନରେ ବିଘ୍ନ ବିନାସନ ଶ୍ରୀ ଗଣେଶଙ୍କ ପୁଜନ ଉତ୍ସବ  ଅନୁଷ୍ଠିତ  ହୋଇଥିଲା । ପୂଜା କାର୍ଯ୍ୟ ପଣ୍ଡିତ ନିରଂଜନ ମହାପାତ୍ର ଦ୍ୱାରା ପୁଜା ସମ୍ପୁଣ୍ଣ ହୋଇଥିଲା । ସଂଘ ପକ୍ଷରୁ କର୍ତ୍ତା ଭାବରେ ସଂଘର ସାଧାରଣ ସମ୍ପାଦକ ଶିଶିର କାନ୍ତ ଶତପଥି କାର୍ଯ୍ୟ ତୁଲାଇଥିଲେ । ପୂଜା ଓ ବନ୍ଧୁ ମିଳନରେ ସଂଘର ସଭାପତି ହରିନାରାୟଣ ପୁଜାରୀ, ସାମ୍ବାଦିକ ସର୍ବଶ୍ରୀ ସତ୍ୟନାରାୟଣ  ବେହେରା, ଶଙ୍କର ପ୍ରସାଦ ମିଶ୍ର, ଗୋପବନ୍ଧୁ ଶତପଥି, ନବୀନ ପଶାୟତ, ସୁଧିର ପଣ୍ଡା, ଲକ୍ଷ୍ମୀ ପଟ୍ଟନାୟକ, ମନୋରଂଜନ ଯୋଷୀ ଶରତ ଚନ୍ଦ୍ର ମିଶ୍ର, ସୁନୀଲ କୁମାର ମହାନ୍ତି, ବଲରାମ ମିଶ୍ର, ଅଶୋକ କୁମାର ନନ୍ଦ, ଚିତ୍ତରଂଜନ ମିଶ୍ର, ଚନ୍ଦ୍ର ଭାନୁ ମୋଲାନା, ପାର୍ଥବନ୍ଧୁ ମହାପାତ୍ର, ବିରେନ୍ଦ୍ର ଝାଙ୍କର, ପୁଣ୍ଣଚନ୍ଦ୍ର ପଣ୍ଡା, ସେକ ମହମ୍ମଦ ୱାହିଦ, ସଚିତାନନ୍ଦ ବଗର୍ତ୍ତୀ, ନିରୋଜ ମିଶ୍ର, ବିଭୁ କଲ୍ୟାଣ ଗଡତ୍ୟା, ନୁତନ ମିଶ୍ର, ଶରତ ମହାକୁର, ବିଶ୍ୱଜିତ ପଟ୍ଟନାୟକ, ଅମରଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପୂଜା ଶେଷରେ ପ୍ରସାଦ ସେବନ  ହୋଇଥିଲା ।

 

Leave A Reply

Your email address will not be published.