ଶତାୟୁ ପୁରୁଷ ଗୌରଚନ୍ଦ୍ରଙ୍କୁ ତ୍ୟାଗଭୂମି ସମ୍ମେଳନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

0

ଭଦ୍ରକ( ସତ୍ୟଭୂଷଣ ସ୍ୱାମୀ): ଶତାୟୁ ପୁରୁଷ, ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ସାରସ୍ୱତ ସାଧକ ଗୌରଚନ୍ଦ୍ର ମହାପାତ୍ରଙ୍କ ବିୟୋଗ ଜନିତ ଶ୍ରଦ୍ଧାଞ୍ଜଳି ସଭା ଭଦ୍ରକର ଅଗ୍ରଣୀ ସାଂସ୍କୃତିକ ସଂଗଠନ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ  ହୋଇ ଯାଇଛି । ସଂଗଠନର ସଭାପତି ଅଜୟ ନାୟକ ଏଥିରେ ଅଧ୍ୟକ୍ଷତା କରି ଶତାୟୁ ପୁରୁଷ ସ୍ୱର୍ଗତ ଗୌରଚନ୍ଦ୍ରଙ୍କ ସମ୍ପର୍କରେ ଯେତେ କହିଲେ ମଧ୍ୟ କମ୍ ହେବ । ସେଭଳି ଜଣେ ମହାନ ସାଧକଙ୍କୁ ଭଦ୍ରକବାସୀ ପାଇବା ଅତ୍ୟନ୍ତ ଗୌରବର ବିଷୟ । କାନ୍ତକବିଙ୍କ ପ୍ରକୃତ ଦାୟାଦ ଭାବେ ଗୌରଚନ୍ଦ୍ର ଭଦ୍ରକବାସୀଙ୍କ ହୃଦୟରେ ସଦା ସର୍ବଦା ରହିଥିବେ ବୋଲି କହିଥିଲେ । ସଂଗଠନ ସମ୍ପାଦକ ତୁଷାର ମହାନ୍ତିଙ୍କ ମଞ୍ଚ ଆହ୍ୱାନରେ  କବି ହୃଦାନନ୍ଦ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇଥିଲେ ।  ପ୍ରାଧ୍ୟାପକ ବାସୁଦେବ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, କବି ବିଷ୍ଣୁ ସେଠୀ ପ୍ରମୁଖ ମଞ୍ଚାଶୀନ ହୋଇ ସ୍ୱର୍ଗତ ମହାପାତ୍ରଙ୍କ ବହୁବିଧ ଗୁଣର ଅବତାରଣା କରିଥିଲେ । ସ୍ୱର୍ଗତ ମହାପାତ୍ରଙ୍କ ଦେଶପ୍ରେମ ଭଦ୍ରକବାସୀଙ୍କ ପ୍ରତି ଏକ ଅନନ୍ୟ ଅବଦାନ ବୋଲି କହିଥିଲେ । ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ଡାକ୍ତ ପ୍ରଦୀପ ନାୟକ, ଡା. ହରେକୃଷ୍ଣ ନାୟକ, ସମାଜଦେବୀ ସୁଧାକର ରାଉତ, ଶାନ୍ତନୁ ରାଉତ, ବିଜୟ ସାହୁ, ସୁରଜିତା ନାୟକ, ଦିବ୍ୟସିଂହ ନାୟକ, ଅଧ୍ୟାପକ ଅଭୟ ଦାସ, ନାସିର ବକ୍ସ, ନୀହାର ରଞ୍ଜନ କର, ଆଇନଜୀବୀ ପବନ ଶର୍ମା, କବି କରୁଣାକର ବେହୁରିଆ, ଶିବ ଖାମୁାଇ, ଗୀତାରାଣୀ ଆଇଚ, ଚର୍ଚ୍ଚିକା ମହାପାତ୍ର, ପ୍ରମୁଖ ବକ୍ତବ୍ୟରେ ସ୍ୱର୍ଗତ ମହାପାତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।  

Leave A Reply

Your email address will not be published.