ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ ଜଳିଗଲା ଶହ ଶହ ଗଛ :ବିପଦରେ ଜୀବ ଜନ୍ତୁ l

0 2

ଝାରବନ୍ଧ -ମନୋହର ଦାଶ-ବରଗଡ଼ ଜିଲ୍ଲା ପାଇକମାଲ ବନାଞ୍ଚଳ ଝାରବନ୍ଧ ବ୍ଲକ ଅଧୀନ ଭଇସାଦରହା ପଞ୍ଚାୟତ ର ଲାମି ଡଙ୍ଗର, କୁମୀର ପଞ୍ଚାୟତ ର ଚିରୋଲି ପଠାର ଗ୍ରାମ୍ୟ ଜଙ୍ଗଳ ରେ ନିଆଁ ଲାଗି ସହ ସହ ଗଛ ଜଳି ଯାଇଛି l ଏଥିରେ ବନ୍ୟ ଜନ୍ତୁ ପ୍ରଭାବିତ ହେବା ସହ ପରିବେଶ ମଧ୍ୟ୍ୟ ପ୍ରଦୂଷିତ ହେଉଛି l ବସନ୍ତ ଋତୁ କାରଣ ରୁ ଏବେ ଗଛ ପତ୍ର ଝଡା ଦେଇଛି l ଜଙ୍ଗଳ ସାରା ଶୁଖିଲା ପତ୍ର ପଡି ରହିଛି କେଉଁଠି ଚାଷ ଜମି ର ନଡା ହଟେଇବା ପାଇଁ ନିଆଁ ଲଗେଇ ଦିଆଯାଉଛି ତ କେଉଁଠି ମହୁଳ ସଂଗ୍ରହ କରିବା ପାଇଁ ନିଆଁ ଲଗେଇ ଦିଆଯାଉଛି l ଏହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ମନ୍ଦ ଉଦ୍ଦେଶ୍ୟ ନେଇ ନିଆଁ ଲଗେଇ ଦେବାରୁ ଜଙ୍ଗଳ ପୋଡି ଛାରଖାର ହେବା ସାଙ୍ଗକୁ ଗଛ ଲତା ଜଙ୍ଗଲୀ ଆୟୁର୍ବେଦିକ ଔଷଧ ପୋଡି ନଷ୍ଟ ହୋଇ ଯାଇଛି l ନିଆଁ ଲାଗିଥିବା ଲାମି ଡଙ୍ଗର ଓ ଚିରାଲ ପଠାର ଖବର ପାଇ ସ୍ଥାନୀୟ ବନ ବିଭାଗ ଏବଂ ଫରେଷ୍ଟ ଗାର୍ଡ ସୁଶ୍ରୀ ସଙ୍ଗୀତା ଭଗତ ପହଁଚି ନିଆଁ କୁ ଆୟତ କରିଥିଲେ l ଏ ସମ୍ପର୍କ ରେ ପାଇକମାଲ ରେଞ୍ଜର ରାଜେନ୍ଦ୍ର କୁମାର ଭୋଇ ଙ୍କୁ ପଚାରିବାରୁ ତିନି ଦିନ ପୂର୍ବେ ନିଆଁ ଲାଗିଥିବା ଖବର ପାଇ ନିଆଁ କୁ ଆୟତ କରାଯାଇଛି ଏବଂ ନିଆଁ କୁ ଆୟତ କରିବା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କେତେକ ଦୁର୍ବୁତ୍ତ ଜାଣି ଶୁଣି ଜଙ୍ଗଳ ରେ ନିଆଁ ଲଗାଇ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି l

Leave A Reply

Your email address will not be published.