ନବରଙ୍ଗପୁର,/ଅଶୋକ ସାହୁ.ନବରଙ୍ଗପୁର ଜିଲ୍ଲା ଡାକ ବଙ୍ଗଳା ଠାରେ ଜିଲ୍ଲା ସ୍ତରୀୟ ଆମ୍ ଆଦମୀ ପାର୍ଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗ ଦେଇ, ନବରଙ୍ଗପୁର ଜିଲା ରେ ୨୦୨୪ ନିର୍ବାଚନ ଆଖି ଆଗରେ ରଖି ଦଳ ତାର ନିର୍ବାଚନ ରଣନୀତି କୁ ନେଇ ପ୍ରସ୍ତୁତି ବୈଠକ କରିଥିଲା। ଏଥିରେ ଜିଲ୍ଲା ର ୧୦ଟି ବ୍ଲକ୍ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ସର୍ବ ସମ୍ମତି କ୍ରମେ ଜିଲ୍ଲା ସଭାପତି ଭାବେ ଲକ୍ଷ୍ମୀଚନ୍ଦ୍ର ଟାକ୍ରୀଙ୍କୁ ଘୋଷଣା କରାଯାଇଥିଲା। ଏହା ପରେ ପରେ ଜିଲ୍ଲା କର୍ମକର୍ତ୍ତାଙ୍କ ସହ ସମସ୍ତ ବ୍ଲକ୍ ର କର୍ମକର୍ତ୍ତା ଙ୍କ ନାମ ଘୋଷଣା କରା ଜୀବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଆମ୍ ଆଦମୀ ପାର୍ଟିର ପର୍ଯ୍ୟବେକ୍ଷକ କୃତିବାସ ମୁଣ୍ଡ ନବରଙ୍ଗପୁର ଜିଲା କୁ ବାରମ୍ବାର ଗସ୍ତ କରି ଦଳର ରଣ ନୀତି ସମ୍ପର୍କର ତଥ୍ୟ ପ୍ରଦାନ କରିବେ ବୋଲି ରାଜ୍ୟ ସଭାପତି ଉପସ୍ଥିତ କର୍ମୀ ମାନଙ୍କୁ କହିଥିଲେ। ଆଜିର ବୈଠକ ରେ ଆପ୍ ରାଜ୍ଯ ସଭାପତି ଜିଲ୍ଲା ଗସ୍ତ ପରେ କର୍ମୀ ମାନଙ୍କ ମନ ବଳ ଦୃଢ ହୋଇଛି,ଆଗକୁ ଆଗ ଦଳ ମାଢ଼ି ଚାଲିବ ବୋଲି ନୂତନ ଭାବେ ମନୋନୀତ ଜିଲ୍ଲା ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.