ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

0 2

ନୟାଗଡ଼,୧୨ା୩: ନୟାଗଡ଼ ବ୍ଲକ ଅନ୍ତର୍ଗତ ଘଡ଼ୁଆଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାରାଣୀ ପଟ୍ଟନାୟକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ସିନ୍ଦୁରିଆ କ୍ଲଷ୍ଟରର ଘଡ଼ୁଆଳ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥିଭାବେ ବିଭିନ୍ନ ଶିକ୍ଷକ ସଂଗଠନର ନେତୃମଣ୍ଡଳୀ ଯୋଗଦାନ କରି ଜଣେ ଶିକ୍ଷକକର କର୍ମମୟ ଜୀବନ ସମ୍ପର୍କରେ ଆଲୋଚନା କରିବା ସହିତ ତାଙ୍କୁ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ବର୍ଣର୍ନା କରିଥିଲେ । ସିନ୍ଦୁରିଆ କ୍ଲଷ୍ଟର ସିଆରସିସି ମୃତ୍ୟୁଞ୍ଜୟ ଷଢ଼ଙ୍ଗୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଶିକ୍ଷକନେତା ସୁବାସ ମହାପାତ୍ର,ଶେଖ ଅବଦୁଲ ଖାଲିକ,ଲକ୍ଷ୍ମୀଧର ସାହୁ ,ସୁରେଶ ସେଠୀ,ପୀତବାସ ପ୍ରଧାନ,ବଟକୃଷ୍ଣ ମିଶ୍ର,ବିପିନ ଦାସ,ଉମେଶ ସ୍ୱାଇଁ,ଅଶୋକ ମଲ୍ଲ, ସଲିମ ଇବ୍ରାହୀ.ଉସମାନ ଖାଁ ପ୍ରମୁଖ ଯୋଗଦାନ କରି ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ପଟ୍ଟନାୟକ ଜଣେ କର୍ମଠ,ଦକ୍ଷ ତଥା ଛାତ୍ରବତ୍ସଳ ଶିକ୍ଷୟିତ୍ରୀ ଥିଲେ ବୋଲି ବର୍ଣ୍ଣନା କରିଥିଲେ । ଶେଷରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସଂପୃକ୍ତ ବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ମାନପତ୍ର, ଉପଢୌକନ ଏବଂ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା ।

Leave A Reply

Your email address will not be published.