ନୟାଗଡ଼,୧୧/୩: ରାଜ୍ୟ ଆଇନ ସେବା ପ୍ରାଧ୍ୟାକାରଣଙ୍କ ନିର୍ଦ୍ଦେଶମତେ ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ରୂପଶ୍ରୀ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଲୋକ ଅଦାଲତରେ ସର୍ବମୋଟ ୯୬୩ଗୋଟି ମାମଲାର ଆପୋଷ ସମାଧାନ ଦ୍ବାରା ଫଇସଲା ହୋଇପାରିଛି । ଏଥରେ ୮ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭,୨୦,୦୦୦/- ଟଙ୍କା ହିତାଧ୍ୟାକାରୀଙ୍କୁ ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ୯୪୯ ଗୋଟି ରାଜସ୍ୱ ମାମଲା ଫଇସଲା କରାଯାଇ ୧୦,୪୪,୬୨୯/- ଟଙ୍କା ଆଦାୟ କରାଯାଇଥିଲା । ସେହିପରି ୫ ଗୋଟି ଜମି ଅଧିଗ୍ରହଣ ଜନିତମାମଲା, ୧ ଗୋଟି ବିବାହଜନିତ ମାମଲା ଫଇସଲା କରାଯାଇଥିଲା। ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଲିଲି ସେନାପତି, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ବରିଷ୍ଠ ଦେୱାନୀ ବିଚାରପତି ଅମିତାଭ ପଣ୍ଡା, ବରିଷ୍ଠ ଦେୱାନୀ ବିଚାରପତି (ଏଲ. ଆର. ଆଣ୍ଡ ଏଲ. ଟି. ଭି.) ପବିତ୍ରାନନ୍ଦ ପ୍ରଧାନ, ଉପଖଣ୍ଡ ଫୌଜଦାରୀ ବିଚାରପତି ସୌଭାଗ୍ୟ ରଞ୍ଜନ ପ୍ରଧାନ, ଜେ.ଏମ. ଏଫ.ସି ପ୍ରଦୋଷ କୁମାର ଦାଶ
ପ୍ରମୁଖ ଉପସ୍ଥିତରହି ନିଜନିଜ ଅଦାଲତ ପରିଚାଳନା କରିଥିଲେ । ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା ୧୩.୦୫.୨୦୨୩ ରିଖ, ଦ୍ଵିତୀୟ ଶନିବାରଦିନ ପୁନଶ୍ଚ ଅନୁଷ୍ଠିତ ହେବାକୁ ଯାଉଅଛି ଏବଂ ଉକ୍ତ ଲୋକ ଅଦାଲତରେ ବିପୁଳ ପରିମାଣରେ ଭାଗ ନେବାପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ ଜନ ସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post