ଚମ୍ପୁଆ/ରାଜେଶ ଆଚାର୍ଯ୍ୟ :-ଚମ୍ପୁଆ ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ରେ ମହିଳା ଶଶକ୍ତିକରଣ ଓ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।
ସମ୍ମାନନୀୟ ଅତିଥି ଭାବେ ଶ୍ରିମତୀ ସଂଙ୍ଗୀତା ସୀଂହ, କେନ୍ଦୁଝର ର ବରିଷ୍ଠ ଆଇନଜୀବୀ ଏବଂ ଶ୍ରିମତୀ ପଦ୍ମୀନି ମିଶ୍ର, ଚମ୍ପୁଆ ର ବରିଷ୍ଠ ଆଇନଜୀବୀ ମହିଳା ଙ୍କ ବିଭିନ୍ନ ପ୍ରକାର ଆଇନଗତ ସମସ୍ୟା ବିଷୟରେ ବର୍ଣ୍ଣନା କରିଥିଲେ । ଏହି ସଭାରେ ଜେ.ଏମ୍.ଏଫ୍.ସି ସୁଶ୍ରୀ ସାଇପ୍ରୀୟା ତ୍ରିପାଠୀ, ବାର୍ ସଭାପତି ଶ୍ରୀ ହରେକୃଷ୍ଣ ମିଶ୍ର, ଫ୍ରଣ୍ଟ ଅଫିସ୍ ରିଟେନର୍ ଶ୍ରୀ ରାମବଲ୍ଲଭ ମିଶ୍ର, ବରିଷ୍ଠ ଆଇନଜୀବୀ ବିଷ୍ଣୁ ଚରଣ ରାଠୋର୍ ଏବଂ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଅତିଥି ମାନେ ବକ୍ତବ୍ୟରେ ମହିଳାଙ୍କୁ ଶଶକ୍ତିକରଣ କରିବା ଦିଗରେ ବିଭିନ୍ନ ଯୋଜନା, ସଂରକ୍ଷଣ ବ୍ୟବସ୍ଥା ଏବଂ ମାଗଣା ଆଇନ ସେବା ସମ୍ପର୍କ ବିଷୟରେ ଆଲୋକପାତ କରାଇଥିଲେ । ସରକାର ଙ୍କ ପକ୍ଷରୁ ପରିବାର ପରାମର୍ଶ କେନ୍ଦ୍ର ମାଧ୍ୟମରେ ବାଲ୍ୟବିବାହକୁ ବିରୋଧ, ବିଧବାଙ୍କ ସୁରକ୍ଷା ଓ ଥଇଥାନ, ଯୈ।ତୁକ ନିର୍ଯାତନା, ଅମ୍ଳ ଆକ୍ରମଣ, ଶିଶୁ ଯୈ।ନ ଉତ୍ପୀଡନ ଘଟଣା କୁ ନଜରକୁ ଆଣୀଲେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡ।ଦେଶ ବ୍ୟବସ୍ଥା ରହିଛି । ଏଭଳି ଘଟଣା ଘଟିଲେ କିମ୍ବା ସମ୍ମୁଖୀନ ହେଲେ ମହିଳା ହେଲ୍ପଲାଇନ୍ ୧୮୧ ନମ୍ବରକୁ ସମ୍ପର୍କ କରିବାକୁ ପରାମର୍ଶ ଦିଆଯାଇଅଛି । ଏହି ସଭାକୁ ସହକାରୀ ଅବଦୁଲ ସୁରଜ ଖାନ୍ ପରିଚାଳନା କରିଥିବା ବେଳେ କୋର୍ଟର ନାଜୀର୍ ପଙ୍କଜ କୁମାର ନାୟକ, ସ୍ବେଚ୍ଛାସେବୀ ରାମ୍ କ୍ରୀଷ୍ନ ଜୀତ୍ ଏବଂ ମନୋଜ୍ କୁମାର୍ ନାଏକ୍ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post