ନିଶା କାରବାରରେ ସମ୍ପୃକ୍ତ ଯୁବକ ଗିରଫ

7


କାକଟପୁର, ୧୭/୧୧: ନିଶାଦ୍ରବ୍ୟ କାରବାର ରୋକିବା ଦିଗରେ କାକଟପୁର ପୋଲିସର ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି କ୍ରମରେ ଏକ ଏନ୍‌ଡିପିଏସ୍‌ ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ କାକଟପୁର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ପିପିଲି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ୬ ନମ୍ବର ୱାର୍ଡର ମୁର୍ଶିଦ୍‌ ଖାନ୍‌ ଓରଫ୍‌ ଜୁମ୍ମା (୩୨)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଏ ସଂକ୍ରାନ୍ତରେ କାକଟପୁର ଥାନା କେସ୍‌ ନମ୍ବର ୨୯୫/୨୬, ଏନ୍‌ଡିପିଏସ୍‌ ଆଇନ, ୧୯୮୫ର ଧାରା ୨୧(ବି) ଓ ୨୯ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବାବେଳେ
ନିଶାଦ୍ରବ୍ୟ ସମ୍ପର୍କିତ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ଏଭଳି ପଦକ୍ଷେପକୁ ସାଧାରଣ ରେ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.