ନିଖୋଜ ମହିଳା ଉଦ୍ଧାର

7


କାକଟପୁର, ୧୭/୧୧ – ନିଖୋଜ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଜଣେ ନିଖୋଜ ମହିଳାଙ୍କୁ ଠାବ କରି ଉଦ୍ଧାର କରିବାରେ ସଫଳ ହୋଇଛି କାକଟପୁର ପୋଲିସ। ପୋଲିସର ତ୍ୱରିତ ପଦକ୍ଷେପ ଓ ତଦନ୍ତ ପ୍ରକ୍ରିୟା ଯୋଗୁଁ ନିଖୋଜ ମହିଳାଙ୍କୁ ଅଳ୍ପ ସମୟ ମଧ୍ୟରେ ଠାବ କରାଯାଇପାରିଛି।
ସୂଚନା ଅନୁଯାୟୀ, କାକଟପୁର ଥାନା ଅନ୍ତର୍ଗତ ଜିଉଁନ୍ତି ଗ୍ରାମର ଜଣେ ବ୍ୟକ୍ତି ଗତ ୧୬ ତାରିଖରେ ତାଙ୍କ ପତ୍ନୀ ନିଖୋଜ ଥିବା ନେଇ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, କେହି ତାଙ୍କ ପତ୍ନୀଙ୍କୁ ଅପହରଣ କରିବା ସହ ତାଙ୍କୁ ଗୁରୁତର ପରିଣାମ ଭୋଗିବାକୁ ଧମକ ଦେଇଥିଲେ।
ଅଭିଯୋଗ ପାଇବା ପରେ କାକଟପୁର ପୋଲିସ କେସ୍ ନଂ ୪୨୦/୨୬,ରୁଜୁ କରି ଭାରତୀୟ ନ୍ୟାୟ ସଂହିତାର ଧାରା ୧୪୦(୩)/୩୫୧(୪) ଅନୁଯାୟୀ ତଦନ୍ତ ଆରମ୍ଭ କରିଥିଲା। ପୋଲିସର ତ୍ୱରିତ ତଦନ୍ତ ଓ ଉଦ୍ୟମ ଫଳରେ ୨୪ ଘଣ୍ଟା ମଧ୍ୟରେ ନିଖୋଜ ମହିଳାଙ୍କୁ ଠାବ କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ତାଙ୍କ ପରିବାର କୁ ହସ୍ଥାନ୍ତର କରାଯାଇଛି l
କମ୍ ସମୟ ମଧ୍ୟରେ ନିଖୋଜ ମହିଳାଙ୍କୁ ଠାବ କରିବାରେ କାକଟପୁର ପୋଲିସର ସଫଳତା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.