କାମାକ୍ଷାନଗର(ରିତେଶ ବ୍ରହ୍ମା):ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ବିରାଶାଳର ପୂର୍ବତନ ଅଧ୍ୟକ୍ଷ ଅଟଳବିହାରୀ ବାରିକ ସାର୍ଟିଫିକେଟ ଜାଲିଆତି କରିବା ସହ ଅନେକ ସଙ୍ଗୀନ ଅପରାଧ ମାମଲାରେ ଗିରଫ ହୋଇଛନ୍ତି ।ସୂଚନା ମୁତାବକ ଗତ ୨୦୦୯ ଠାରୁ ୨୦୧୭ ମସିହା ପର୍ଯ୍ୟନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଥିଲେ ଅଟକବିହାରି ବାରିକ ।ଏ ସମ୍ପର୍କରେ ମହାବିଦ୍ୟାଳୟର କାର୍ୟ୍ଯରତ ଅଧ୍ୟକ୍ଷ ଯୁଧିଷ୍ଠିର ସାହୁ କୁହନ୍ତି ପୂର୍ବତନ ଅଧ୍ୟକ୍ଷ ଅଟଳବିହାରି ବାରିକ ଛତିଶଗଡ଼ ସ୍ଥିତ ରବିଶଙ୍କର ବିଶ୍ୱବିଦ୍ୟାଳୟରେ ପିଜି କରିଥିବା ଜାଲ ପ୍ରମାଣପତ୍ର ଦେଇ ମହାବିଦ୍ୟାଳୟରେ ନିଯୁକ୍ତି ହେଇ ଅଧ୍ୟକ୍ଷ ଦାଇତ୍ୱ ତୁଲାଇବା ସହ ମହାବିଦ୍ୟାଳୟର ଅର୍ଥ ଆତ୍ମସାତ କରିଥିଲେ ।ଅନ୍ୟ ଏକ ଅଭିଯୋଗ ତାଙ୍କ ନାଁ ରେ ଅଛି ହାତ ଲେଖା ଆଡ଼ମିଟ କାର୍ଡ ଦେଇ କିଛି ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା କେନ୍ଦ୍ରରେ ବସାଇ ପରୀକ୍ଷା କରାଉଥିଲେ ।ଯେଉଁ ଛାତ୍ରଛାତ୍ରୀ ମାନେ ହାତଲେଖା ଆଡ଼ମିଟ କାର୍ଡ ଦ୍ୱାରା ପରୀକ୍ଷା ଦେଉଥିଲେ ସେମାନେ ମହାବିଦ୍ୟାଳୟକୁ ଆସି ନିଜର ମାର୍କସିଟ,ଅନ୍ୟାନ୍ୟ ପ୍ରମାଣ ପତ୍ର ମାଗିଲା ବେଳେ ଜାଣିବାକୁ ପାଇଲେ ଅଧ୍ୟକ୍ଷ ଜାଲ ଆଡ଼ମିଟ କାର୍ଡ ଦ୍ୱାରା ପରୀକ୍ଷା କରାଉଛନ୍ତି ।ଏହି ସମସ୍ତ ଅଭିଯୋଗ ନେଇ ମହାବିଦ୍ୟାଳୟ ତରଫରୁ ଏବଂ ଛାତ୍ରଛାତ୍ରୀ ପୁର୍ବତନ ଅଧ୍ୟକ୍ଷଙ୍କ ନାଁ ରେ ଅଭିଯୋଗ କଙ୍କଡାହାଡ଼ ଥାନା,ଉଚ୍ଚ ନ୍ୟାୟାଳୟ,ଏସ୍ଡ଼ିଜିଏମଙ୍କ ଆଦାଲତ,କାମାକ୍ଷାନଗରଙ୍କ ଠାରେ ୨୦୧୮ ମହିସାରେ ଅଭିଯୋଗ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ବର୍ତ୍ତମାନର ଅଧ୍ୟକ୍ଷ । ସୂଚନା ଅନୁସାରେ ତତ୍କାଳୀନ କାମାକ୍ଷାନଗର ଉପଜିଲ୍ଲାପାଳ ସୂଚନା ଅଧିକାର ଆଇନରେ ମିଥ୍ୟା ପ୍ରମାଣପତ୍ର ଦେଇ ଅଟଳବିହାରୀ ନିଯୁକ୍ତି ପାଇଥିବା ଜାଣିବାକୁ ପାଇଥିଲେ ।ଏହାପରେ ସମ୍ପୃକ୍ତ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ହେଇଥିଲା ।ସେହିଦିନ ଠାରୁ କଲେଜ ଅଧ୍ୟକ୍ଷ ଫେରାର ଥିଲା ବେଳେ କଙ୍କଡାହାଡ଼ ପୋଲିସ ତାଙ୍କୁ ଖୋଜୁଥିଲା ।ଗତକାଲି କଙ୍କଡାହାଡ଼ ଥାନାର ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଏସଆଇ ବିଷ୍ଣୁପ୍ରିୟା ରଣାଙ୍କ ନେତୃତ୍ୱରେ ଏକ ଟିମ ତାଙ୍କ ପୈତୃକ ବାସଭବନରେ ଚଢ଼ାଉ କରି ଗିରଫ କରିଥିଲା ।ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ବିଷ୍ଣୁପ୍ରିୟା ରଣା କୁହନ୍ତି ଯେ ଅଟଳ ବିହାରୀ ବାରିକଙ୍କ ନାଁ ରେ ଅନେକ ସଙ୍ଗୀନ ଅପରାଧ ମାମଲା ଅଛି ଓ ତାଙ୍କୁ ଗିରଫ କରି ଅଦାଲତ ଚାଲଣ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.